#Breaking News

ନିଷ୍ଠା ପରିବାର ଓ ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି, ତରଫ ରୁ ରକ୍ତଦାନ ଶିବିର


ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)
ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ କିଛି ପରିମାଣ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ର ପ୍ରୟାସ ଜାରି । ଶହୀଦ ରଞ୍ଜନ ଦାଶ ଙ୍କ ଷଷ୍ଠ ଶହୀଦ ବାର୍ଷିକି ପାଳନ ଅବସର ରେ ନିଷ୍ଠା ପରିବାର ଓ ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି ,ଖଣ୍ଡହତା, ବରଗଡ଼ ର ମିଳିତ ଉଦ୍ୟମ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଖଣ୍ଡହତା,ବରଗଡ ଠାରେ ଆୟୋଜନ କରାଯାଇଥିଲା। ଏହି ଶିବିର କୁ ଶ୍ରୀଯୁକ୍ତ ଭଗବାନ ସାହୁ,Assiatant Commandant,Group Center, ସମ୍ବଲପୁର ଓ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଫିତାକାଟି ଉଦ୍ଘାଟନ କରିଥିଲେ ଓ ରକ୍ତଦାତାଂକୁ ଉତ୍ସାହିତ କରିଥିଲେ।ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ମୋଟ ୨୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶିବିର ପରିଚାଳନା ରେ ନିଷ୍ଠା ପରିବାର ର ସଭାପତି ରକ୍ଷପାଳ ସାହୁ,କୋଷାଧ୍ଯକ୍ଷ ଶ୍ୟାମ ସୁନ୍ଦର ସାହୁ ,ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟିର ସଭାପତି ବିଦ୍ୟାଧର ଭୋଇ ,ଶହୀଦ ରଞ୍ଜନ ଙ୍କ ବଡ ଭାଇ ଉତ୍ତମ ଦାଶ ,ମଦନ ମୋହନ ଦାଶ ଓ କମିଟ ପୂର୍ଣମାତ୍ରା ରେ ସହଯୋଗ କରି ଶିବିର କୁ ସଫଳ କରିଥିଲେ।

Leave a comment

Your email address will not be published. Required fields are marked *