#Crime #Exclusive

ମାଇଁ ଫସେଇ ଦେଲେ ଭଣଜାକୁ

ଆଠଗଡ଼ : ଦୁଇ ମାମୁଁଙ୍କ କଳିରୁ ନିଜ ଭଣଯାକୁ ଫସେଇ ଦେଇଛନ୍ତି ଦୁଇ ମାଇଁ,ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଠଗଡ ସହରରେ,ଆଠଗଡ ସହର ଉପରସାହି ରେ ରହୁଥିବା ଜଣେ ଯୁବକ ଯିଏକି ଇଂଜିନିୟରିଂ ପାଠ ପଢ଼ିଛନ୍ତି ଆଉ ସରଳତାର ସୁଯୋଗ ନେଇ ତାଙ୍କୁ ତାଙ୍କ ମାମୁଁ ମାଇଁ ମାନେ ଫସେଇ ଦେଇଛନ୍ତି,ଘଟଣା ଟି ଘଟିଛି ଏହିପରି,ବିରକିଶୋରପୁର ଅଂଚଳରେ ଏହି ଯୁବକଙ୍କ ମାମୁ ଘର,ବଡ ମାମୁଙ୍କ ପୁଅ ଗତ ଦୁଇବର୍ଷ ତଳୁ ମୃତୁବାରଣ କରିସାରିଥିଲେ ମଧ୍ୟ ତାଙ୍କ ବ୍ୟାଙ୍କ account uco bank ରେ ଥିଲା,ହେଲେ ଗତ ଦୁଇବର୍ଷ ଧରି ଜଣେ ମୃତ ବ୍ୟକ୍ତିଙ୍କ ନାମରେ ବ୍ୟାଙ୍କ ରେ ପାସବୂକ ସଚଳ ଅବସ୍ଥାରେ ଥିବା ବେଳେ ତାଙ୍କ ସାନ ମାମୁଙ୍କ ପତ୍ନୀ ମୃତ ବ୍ୟକ୍ତିଙ୍କ atm କାର୍ଡ କୁ ନେଇ ଏହି ଯୁବକଙ୍କ ଜରିଆରେ 91 ହଜାର ଟଙ୍କା ଚାରିଥର ଉଠାଇଥିବା cctv ରୁ ଜଣାପଡିଛି,ହେଲେ ସାନମାଇଁ ଙ୍କ କଥାରେ ସମସ୍ତ ଟଙ୍କା ଉଠାଇ ସାନ ମାଇଁଙ୍କୁ ଦେଇଥିବା ଯୁବକ ଜଣକ କହିଛନ୍ତି, ଏହି ଘଟଣା ଜଣାପଡିବା ପରେ ବଦମାମୁ ପରିବାର ତରଫରୁ ବ୍ୟାଙ୍କ ରେ ବୁଝିବା ବେଳକୁ atm ରୁ ଚାରିଥର ଟଙ୍କା ଉଠାଯାଇଥିବା ଜଣାପଡିଥିଲା,ଘଟଣା ଟି ଦୁଇ ପରିବାର ମଧ୍ୟରେ ପରବର୍ତୀ ସମୟରେ ସମାଧାନ ହୋଇଯାଇଥିବା ବେଳେ ସାନ ମାମୁଁ ଘର ବଡ଼ ମାମୁଙ୍କୁ ସମସ୍ତ ଟଙ୍କା ଫେରାଇ ଦେଇଥିବା ବେଳେ ବଦମାମୁଁ ଆଠଗଡ ଥାନାରେ ଏତଲା ଦେବାପରେ ପୋଲିସ ଏହି ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ,ଉକ୍ତ ଯୁବକକୁ କୋର୍ଟ ଜାମିନ ମିଳିଥିବା ଜାଣିବାକୁ ମିଳିଛି,ହେଲେ ସବୁଠାରୁ ବଡ଼କଥା ହେଲା ଦୁଇମାମୁଁଙ୍କ ପରିବାର କଳି ରୁ ନିଜ ଭଣଜା କୁ ଏହି ଘଟଣା ରେ ବଳି ପଡ଼ିବାକୁ ପଡିଛି,ଯେଉଁ ମାମୁ ମନେ ଜଣେ ଭଣଯାକୁ କୋର୍ଟ ପର୍ଯ୍ୟନ୍ତ ନେଇ ପହଞ୍ଚାଇ ଦେଲେ ସେଭଳି ମାମୁ ମାଇଁ କୁ କଂଣ୍ କହିବ ଆମ ସମାଜ,ଧିକ ଧିକ ରେ ମାମୁ ମାଇଁ ମାନେ।

Leave a comment

Your email address will not be published. Required fields are marked *