#Breaking News

ନିଆଁ ପୁଇଁବା ସମୟରେ ଶାଢ଼ୀରେ ନିଆଁ ଲାଗି ମହିଳା ଗୁରୁତର


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ଗ୍ରାମରେ ଶୀତରୁ ନିଆଁ ପୁଇଁବା ସମୟରେ ମହିଳାଙ୍କ ଶାଢ଼ୀରେ ନିଆଁ ଲାଗି ମହିଳା ଗୁରୁତର ହୋଇଥିବା ଜଣା ପଡ଼ିଛି । ଘଟଣା ରୁ ପ୍ରକାଶ ଯେ,ପର୍ତ୍ତମାହା ଗ୍ରାମର ଅଚ୍ୟୁତ ସାହୁଙ୍କ ସ୍ତ୍ରୀ କିଶୋରୀ ସାହୁ (୩୨) ଗୁରୁବାର ସନ୍ଧ୍ୟା ପ୍ରାୟ ସାଡ଼େ ଛ ଘଣ୍ଟା ସମୟରେ ଘରେ ନିଆଁ ପାଖରେ ପଛ କରି ଠିଆ ହୋଇ ନିଆଁ ପୁଇଁବା ସମୟରେ ହଠାତ ଶାଢ଼ୀ ରେ ନିଆଁ ଲାଗିଯାଇଥିଲା । ପରିବାର ଲୋକେ ଦେଖି ନିଆଁ କୁ ଲିଭାଇବା ପରେ ସଙ୍ଗେ ସଙ୍ଗେ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିଥିବା ଜଣାପଡିଛି l

Leave a comment

Your email address will not be published. Required fields are marked *