#Breaking News

କନ୍ଧମାଳରେ ପୂଣି ଲାଲ ତାଣ୍ଡବ ଦୁଇ ଜଣଙ୍କୁ ଗଳା କାଟି ହତ୍ୟା, ଭୟରେ ଗ୍ରାମବାସୀ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳରେ ପୂଣି ମାଓ ହିଂସା, ମାଓ ବାଦୀ ମାନେ ପୂଣି
ଦୁଇ ଜଣକୁ ଗଳା କାଟି ନିର୍ମମ ଭାବେ ହତ୍ୟା କରି ଥିବା ସୂଚନା ମିଳିଛି l

କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ ଭଣ୍ଡରଙ୍ଗୀପଂଚାୟତ ଅଂଚଳରେମାଓବାଦୀ ମାନେ ଏଭଳି ହିଂସାକାଣ୍ଡ ଭିଆଇ ଥିବା ସୂଚନାl
ଫଳରେ ଅଂଚଳ ବାସି ଭୟ ଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି l
ଗତ କିଛି ଦିନ ହେଲା ଏହି ପଂଚାୟତ ଭୋଟ ବର୍ଜନ ପାଇଁ ପୋଷ୍ଟର ଓ ବେନର ମାରିଥିଲେ ମାଓବାଦୀ l
ସେହିପରି ଗତ କିଛି ମାସ ତଳେ ଭଣ୍ଡାରଙ୍ଗୀ ସରପଞ୍ଚ ପୁଅକୁ ନିର୍ମମଭାବେ ହତ୍ୟା କରି ଥିଲେ ମାଓବାଦୀ l
ସେହିପରି ଗତ ସପ୍ତାହରେ ମାଓବାଦୀ ମାନେ ଫିରିଙ୍ଗିଆ ଥାନା
ଅନ୍ତର୍ଗତ ସାଡୀଙ୍ଗିଆ ପଂଚାୟତ ଅନ୍ତର୍ଗତ କୀଆମୁଣ୍ଡା ଗ୍ରାମ ରେ ମାଓ ବାଦୀ ମାନେ ପୋଷ୍ଟର ଓ ବେନରମାରିବା ସହ ରାସ୍ତା କରୁଥିବା ଠିକାଦାର ଙ୍କ ଜେ ସି ବି ଓ ଟ୍ରାକଟର ଆଦି ପୋଡି ଦେଇଥିଲେ lଏହା ବ୍ୟତୀତ ଲାଣ୍ଡ ମାଇନ ବିସ୍ଫୋ ରଣ ରେ ଜଣଙ୍କ ମୃତ୍ଯୁ ମଧ୍ୟ ଘଟି ଥଲା l ମାଓ ହମଲା ଫଳରେ ତୁମୁଡିବନ୍ଧ ବ୍ଳକ ଅଂଚଳ ରେ ନିରପେକ୍ଷ ଭୋଟ ଗ୍ରହଣ ନେଇ ସନ୍ଦେହ ସୃଷ୍ଟି ହୋଇଛି l

Leave a comment

Your email address will not be published. Required fields are marked *