#Exclusive

ଗାଁ ମୁହାଁ ଅଣ୍ଡିରା ହରିଣ,ଗ୍ରାମବାସୀ ଧରି ବନବିଭାଗ କୁ ଦେଲେ


ଆଠଗଡ(ଉଲାପ୍ର)ପାଣି ପାଇଁ ଗାଁ ଅଭିମୁଖେ ଅଣ୍ଡିରା ହରିଣ,ଏହି ଘଟଣା ଦେଖିବାକୁ ମିଳିଛି ଖୁଣ୍ଟୁଣି ରେଞ୍ଜ ର ପାନିଆମା ଗ୍ରାମରେ,ଆଜି ସକାଳେ ଏହି ଅଣ୍ଡିରା ହରିଣ ଟି ପାଣି ବିକଳରେ ଗାଁ ମୁହାଁ ହୋଇଥିଲା, ପାଣିଆମା ଗ୍ରାମବାସୀ ଏହି ଅଣ୍ଡିରା ହରିଣ ଟିକୁ ଧରିନେବା ସହିତ ହରିଣ ଟିକୁ ବନ ବିଭାଗ କୁ ହସ୍ତାନ୍ତର କରିଛନ୍ତି,ହରିଣ ଟି ପଳାଇ ବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସି ତାକୁ ମାଡି ବସିଥିଲେ,ଆଉ ମଉକା ଦେଖି ଲୋକେ ଯିଏ ଯାହା ପାଇଲା ହରିଣ ସହିତ ଫଟୋ ଉଠାଇଥିଲେ, ତେବେ ପ୍ରଶ୍ନ ହେଉଛି ହରିଣ ଟି ଗ୍ରାମରେ ପଶିଲା କାହିଁକି,କାହିଁକି ନା ଜଙ୍ଗଲରେ ପାଣି ନାହିଁ,ପାଣି ବିନା ହରିଣ ଗାଁ ମୁହାଁ ହୋଇଥିଲା,ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା ସରକାର କମ୍ପା ଫଣ୍ଡ ଟଙ୍କା ବହୁଳ ଭାବେ ଆଠଗଡ ବନଖଣ୍ଡ କୁ ଯୋଗାଇ ଦେଇ ଆସୁଛନ୍ତି,ଏହି ଟଙ୍କାରେ ଜଙ୍ଗଲ ରେ ବନବିଭାଗ ତରଫରୁ ପୋଖରୀ ଖୋଲାଯିବା କଥା,ଯଦି ଜଙ୍ଗଲରେ ପୋଖରୀ ଖୋଳା ଯାଇଥିଲା ତେବେ ବନ୍ୟଜନ୍ତୁ ଗାଁ ମୁହଁ ପାଣି ପିଇବାକୁ ଆସିଲେ କାହିଁକି,ଯାହା ଜଣାପଡୁଛି ଖୁଣ୍ଟୁଣି ରେଜରେ ପୋଖରୀ ଖୋଳା ନଯାଇ କମ୍ପା ଫଣ୍ଡ ଟଙ୍କାକୁ ବାଟମାରଣା କରାଯାଇଛି, ଯାହା ଫଳରେ। ବନ୍ୟଜନ୍ତୁ ଏବେ ଗାଁ ମୁହଁ ହୋଇଛନ୍ତି।

Leave a comment

Your email address will not be published. Required fields are marked *