#Uncategorized

ମଦ ଜବତ କରିବାକୁ ଯାଇ ମହିଳାଙ୍କୁ ଅସଦ ବ୍ୟବହାର :ଅବକାରୀ ବିଭାଗ କର୍ମଚାରୀ ଙ୍କ ନାମରେ ଥାନାରେ ଏତଲା


କନ୍ଧମାଳ, (ଉଲାପ୍ର): ଦେଶୀମଦ ଜବତ କରିବାକୁ ଯାଇ ଏବେ ହରଡ଼ଘଣାରେ ପଡିଛି ଅବକାରୀ ବିଭାଗ। ମଦ ଜବତ କରିବାକୁ ଯାଇ ଜଣେ ମହିଳାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ମାରିବା ଫଳରେ ମହିଳା ଜଣଙ୍କ ଆହତ ହୋଇଥିବାରୁ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଫିରିଙ୍ଗିଆ ଓ ପରେ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି । ଏ ନେଇ ଅବକାରୀ ବିଭାଗ କର୍ମଚାରୀଙ୍କ ନାମରେ ମାଡ଼ ମାରିବା ଓ ଟଙ୍କା ଲୁଟ କରିବା ଅଭିଯୋଗ କରି ଫିରିଙ୍ଗିଆ ଥାନା ଅନ୍ତର୍ଗତ ବବଡ଼ିଙ୍ଗିଆ ଗ୍ରାମର ଆହତ ମହିଳାନମିତା ପ୍ରଧାନ ଫିରିଙ୍ଗିଆ ଥାନାରେ ଏତଲା ଦେଇଛନ୍ତି। .
ସୂଚନାଯୋଗ୍ୟଯେ, ମଙ୍ଗଳବାର ନିମିତା ଘରେ ଏକା ଥିବା ବେଳେ ଅବକାରୀ ଇନ୍ସପେକଟର ଥାଇଲା ଓରାମ ଙ୍କ ନେତୃତ୍ଵରେ ଫୁଲବାଣୀ ଅବକାରୀ ସ୍କାର୍ଡ ଟିମ ମହିଳାଙ୍କ ଘରଉପରେ ଚଢ଼ାଉ କରିଥିଲେ।
ତେବେ ଅଭିଯୋଗ ପାଇବାପରେ ଫିରିଙ୍ଗିଆ ପୋଲିସ ଘଟଣାର ତଦନ୍ତ କରୁଥିବା କହିଛି l ବର୍ତ୍ତମାନ ମାର୍ଚ୍ଚ ମାସ ଆସୁଥିବାରୁ ବର୍ଷ ତମାମ କୁଆଡେ ବଟି ନେଇ ଶୋଇ ରହିଥିବା ଅବକାରୀ ବିଭାଗ ଏବେ ଟାର୍ଗେଟ ପୁରଣ ପାଇଁ ଔଷଧ ବିକଳରେ ତାଟିଆ କାମୁଡୁଥିବା ନେଇ ଏବେ ଚର୍ଚା ଜୋର ଧରିଛି ।

Leave a comment

Your email address will not be published. Required fields are marked *