#Breaking News #District

ବିଶ୍ଵ ଶାନ୍ତି ଦିବସ ପାଳନ ଅବସରରେ ନିରାଡମ୍ବର ଭସାଣି ସଚେତନତା କାର୍ଯ୍ୟକ୍ରମ


ଆଠଗଡ ( ଉଲ୍ଲାପ୍ର )କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ଯୋରନ୍ଦା ସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ ରେ ଆଜି ବିଶ୍ଵ ଶାନ୍ତି ଦିବସ ପାଳିତ ହୋଇଯାଇ ଅଛି । ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ମଧୁଲିତା ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ କରାଯାଇଥିଲା । ପରେ ବିଦ୍ୟାଳୟ ରେ କିଛି ଵୃକ୍ଷ ରୋପଣ କରାଯାଇ ଥିଲା। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନୂତନ ବିଷୟ କୁ ଆଧାର କରି ” ନିରାଡମ୍ବର ଭସାଣି ସଚେତନତା କାର୍ଯ୍ୟକ୍ରମ” ବିଦ୍ୟାଳୟ ର ସ୍କାଉଟ୍ ଏବଂ ଗାଇଡ ମାନଙ୍କ ଦ୍ଵାରା ସମ୍ପାଦନ କରାଯାଇଛି ।

ସ୍କାଉଟ୍,ଗାଇଡ ଏବଂ ଅନ୍ୟ ଛାତ୍ର ଛାତ୍ରୀ ମାନେ ହାତରେ ବିଭିନ୍ନ ଭସାଣି ସଚେତନ ଧର୍ମୀ ପ୍ଲା – କାର୍ଡ ଧରି ନିକଟ ଗ୍ରାମ ଲୋକଙ୍କୁ ସଚେତନ କରିଥିଲେ। ପରେ ବିଦ୍ୟାଳୟ ପଛ ପଟେ ଥିବା ଗଛରେ ବାସ କରୁଥିବା ବାଦୁଡ଼ି ମାନଙ୍କ ଯତ୍ନ ନିମନ୍ତେ ସେଠାକୁ ଯାଇ ପରିଦର୍ଶନ କରିଥିଲେ । ଆମ ବିଦ୍ୟାଳୟ ର ସ୍କାଉଟ୍ ଓ ଗାଇଡ ଙ୍କ ଦ୍ଵାରା ” ବାଦୁଡ଼ି କ୍ଲବ୍” ହେଉ ଅଛି । ଆଜିର ଏହି କାର୍ଯ୍ୟ କ୍ରମ କୁ ସ୍କାଉଟ୍ ମାଷ୍ଟର ସନ୍ତୋଷ କୁମାର ତ୍ରିପାଠୀ ଓ ଗାଇଡ କ୍ୟାପଟେନ ନମିତା ବିଷୋୟୀ ପରିଚାଳନା କରିଥିବା ବେଳେ ଶିକ୍ଷକ ମାନସ କୁମାର ସାହୁ, ଶିକ୍ଷୟିତ୍ରୀ ଡିପ୍ତିମୟୀ ନାୟକ,ଅନୁଷୟା ନାୟକ, ଶାନ୍ତା କୁମାରୀ ସେଠୀ ଏବଂ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave a comment

Your email address will not be published. Required fields are marked *