#Breaking News

ନିର୍ମାଣ ହେଉଛି ଚଳଚ୍ଚିତ୍ର ‘ମାମା ୱେସ ପାପା’

ଭୁବନେଶ୍ୱର(ଉଲାପ୍ର) : ନୂଆ ଚଳଚ୍ଚିତ୍ର ‘ମାମା ୱେଡ୍‌ ପାପା’ । ଡ୍ରାମା ଅପେକ୍ଷା ଏଥିରେ ଥିବା ସଙ୍ଗୀତ, ଚିତ୍ରୋତ୍ତୋଳନ ସମ୍ପାଦନା ଦିଗ ବୈଷୟିକ ଦୃଷ୍ଟିକୋଣରୁ ଉଚ୍ଚକୋଟୀର ହେବ ବୋଲି ଶୁଣାଯାଉଛି। ନାୟକ ଭୂମିକାରେ ଅଭିଷେକ, ନାୟିକା ଭୂମିକାରେ ବଙ୍ଗୀୟ ଲଳନା ରିତିଶାଙ୍କ ସହ ଏଥରେ ପ୍ରିୟଙ୍କା, ବଲିଉଡ୍ ହାସ୍ୟ ଅଭିନେତା କ୍ରିଷ୍ଣା ଅଭିଷେକ, ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ଗୁଡ଼ୁଙ୍କୁ ଏଥିରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ସାଧାରଣତଃ ବାପା ମାଆ ସେମାନଙ୍କ ପୁଅ ଝିଅଙ୍କର ବିବାହ କରାଇଥାନ୍ତି, ହେଲେ ଏଇ ଚଳଚ୍ଚିତ୍ରରେ ପିଲାମାନେ ମିଶି ବାପା ଓ ମାଆଙ୍କ ବିବାହ କରୁଥିବାର ଦେଖିବାକୁ ମିଳିବ । ହାସ୍ୟରସ, ପ୍ରେମ ବିରହ ଓ ରହସ୍ୟ ରୋମାଞ୍ଚରେ ଭରପୂର ଏହାର କାହାଣୀ।

Leave a comment

Your email address will not be published. Required fields are marked *