#Exclusive

ସର୍ବ ସମ୍ମତି କ୍ରମେ ସମୀର ମହାନ୍ତିଙ୍କୁ ସଭାପତି ଭାବେ ଚୟନ

ଭୁବନେଶ୍ୱର ୧୬।୦୧ – ସମୀର ମହାନ୍ତି ରାଜ୍ୟ ବିଜେପିର ସଭାପତି ଭାବେ ମନୋନୀତ ହୋଇଛନ୍ତି। ସହମତି ଭିତିରେ ତାଙ୍କ ନାମକୁ ଚୟନ କରାଯାଇଥିବା ସୂଚନା ମିଳିଛି ।
: ଆସନ୍ତା ୧୭ରେ ବିଜେପିର ରାଜ୍ୟ ସଭାପତି ନିର୍ବାଚନ ହେବାର ଥିଲା । ସେଥିପାଇଁ ୧୬ ତାରିଖ ୩ଟାରୁ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଥାଆନ୍ତା । ସାଢେ ୪ରୁ ସାଢେ ୫ ଯାଏଁ ନାମାଙ୍କନ ପତ୍ର ଦାଖଲ ସହ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ୧୭ ତାରିଖ ସକାଳ ୧୦ଟାରେ ଭୋଟିଂ ହେବାର ଥିଲା।
: କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରସାଦ ରୁଡି ପୁରା ନିର୍ବାଚନ ପ୍ରକ୍ରିୟାରେ ଉପସ୍ଥିତ ଏହା ହେବାର ସୂଚନା ମିଳିଥିଲା । ଏହାସହ ରାଷ୍ଟ୍ରୀୟ ସାଧାରଣ ସହ-ସମ୍ପାଦକ ସଙ୍ଗଠନ ସୌଦାନ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଥିଲା ।
: ୨୫୭୫୯ଟି ବୁଥ୍ କମିଟି, ୮୫୦ ମଣ୍ଡଳ ଓ ୩୪ଟି ସାଙ୍ଗଠନିକ ଜିଲ୍ଲାରେ ବିଜେପିର ନିର୍ବାଚନ ସରିଛି । ଦଳର ସହକାରୀ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ଏନେଇ ସୂଚନା ଦେଇଛନ୍ତି । ତେବେ ସଭାପତି ରେସରେ ସମୀର ମହାନ୍ତି, କେ.ଭି. ସିଂଦେଓ, ପୃଥ୍ବୀରାଜ ହରିଚନ୍ଦନ, ଜୟନାରାୟଣ ମିଶ୍ର ଆଦି ନେତାଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ସେହିପରି ଜଣେ ମହିଳାଙ୍କୁ ସଭାପତି କରାଯାଇପାରେ ବୋଲି ଦଳର ଗୋଟିଏ ଗୋଷ୍ଠୀ ମତ ରଖୁଥିଲେ ।

Leave a comment

Your email address will not be published. Required fields are marked *