#Breaking News #Uncategorized

ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ !


ଫୁଲବାଣୀ (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ର ଏକ ଅଗ୍ରଣୀ ଗଣମାଧ୍ୟମ ସଂଘ ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଆଜି ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏବଂ କ୍ୟାମେରାମେନ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି !ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ରାସନ ସାମଗ୍ରୀ ବଣ୍ଟନର ଶୁଭାରମ୍ଭ କରିବା ସହ ସଂଗଠନର ଏଭଳି ସାଧୁ ଉଦ୍ୟମକୁ ଭୁୟସୀ ପ୍ରସଂସା କରିଥିଲେ।!ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ କ୍ଳବର ସଭାପତି ଶିବ ପ୍ରସାଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପ୍ରଧାନ, ନାରାୟଣ ସାହୁ ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ !
ଫ୍ରଣ୍ଟ ଲାଇନଆସୋସିଏସନର ଉପଦେଷ୍ଟା ତଥାବରୀଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ସଦାଶିବ ପାତ୍ର, ଅଜିତ ମହାରଣା, ସଭାପତି ସୁଜିତ ବେହେରା, ସମ୍ପାଦକ ତ୍ରିନାଥ ସାହୁ, କାର୍ଯ୍ୟକାରୀ ସଭାପତି ବ୍ରଜ ବିହାରୀ ନନ୍ଦ, ଉପ ସଭାପତି ଅଶୋକ ମହାନ୍ତି, କୋଷାଧକ୍ଷ ସୁନୀଲ ବିଶ୍ୱାଳ, ସ୍କୃଟିନି କମିଟି ମୁଖ୍ୟ ରଞ୍ଜନ କୁମାର ପ୍ରଧାନ, ରାକେଶ ରାଉତ, କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଫୁଲବାଣୀରେ କାର୍ଯ୍ୟରତ ପ୍ରାୟ 45 ଜଣ ଗଣ ମାଧ୍ୟମ ପ୍ରତିନିଧି ଏବଂ କ୍ୟାମେରାମେନ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଥିଲେ !ରାସନ ସାମଗ୍ରୀ ମଧ୍ୟରେ ସମସ୍ତଙ୍କୁ ଗୋଟିଏ ଗୋଟିଏ ପ୍ୟାକେଟ ଚାଉଳ ସହିତ ଡାଲି, ଚିନି,ତେଲ,ଅଟା, ଚୁଡ଼ା, ବିସ୍କୁଟ, ଡେଟଲ ଏବଂ ଲକ୍ସ ସାବୁନ, ସର୍ଫ ଏବଂ ସାନିଟାଇଜର କୀଟ ବ୍ୟାଗ ପ୍ରଦାନ କରାଯାଇଥିଲା !ଏହି ମହାମାରୀ ସମୟରେ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହେଇଥିବା ବେଳେ ସାମ୍ବାଦିକ ମାନଙ୍କ ଜୀବନ ଜୀବିକା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି !ଏହା ସତ୍ୱେ ଏହି ଜଟିଳ ପରିସ୍ଥିତିରେ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗାଇ ନୀରିବିଛିନ୍ନ ଭାବେ ଖବର ପରିବେଷଣ କରୁଛନ୍ତି !ତେଣୁ ସାମ୍ବାଦିକ ମାନଙ୍କ ଏହି ଜଟିଳ ପରିସ୍ଥିତିରେ ତାଙ୍କୁ ସାମାନ୍ୟତମ ସାହାଯ୍ୟ ଏବଂ ସହଯୋଗ କରିବା ପାଇଁ କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା !ଯେଉଁଥିରେ ସମସ୍ତ ସାମ୍ବାଦିକ ଏବଂ କ୍ୟାମେରାମେନ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟ ଅତିଥି ମାନେ କହିଛନ୍ତି !ଏହା ସହିତ ଏଭଳି ଏକ ଆୟୋଜନ କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ କରାଯାଇଥିବାରୁ ଏଥି ପାଇଁ ଆସୋସିଏସନ ସମସ୍ତ କର୍ମକର୍ତା ଏବଂ ସଦସ୍ୟ ମାନଙ୍କୁ ପ୍ରଶଂସା କରିଥିଲେ !

Leave a comment

Your email address will not be published. Required fields are marked *