#Uncategorized

ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନବ ପ୍ରୟାସ

ଦାଶିଆ ଅଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଲାଇବ୍ରେରୀ ଆନ୍ଦୋଳନକୁ ପୁନଃ ଜାଗ୍ରତ କରିବା ପାଇଁ ଅଭିନେତ୍ରୀ ତଥା ସମାଜ ସେବୀକା ଶ୍ରୀମତୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହା ଏକ ପ୍ରୟାସ ।

ଅଭିଯାନର ଏକ ଅଂଶ ଭାବରେ, ଶ୍ରୀମତୀ ବର୍ଷା ପ୍ରିୟଦର୍ଶିନୀ ଓଡ଼ିଶାର ଏବଂ ଦେଶର ଅନ୍ୟ ପ୍ରାନ୍ତର ଇଚ୍ଛୁକ ଦାତାମାନଙ୍କ ଠାରୁ ପୁସ୍ତକ ସଂଗ୍ରହ କରି ସାରା ରାଜ୍ୟର ପିଲାମାନଙ୍କୁ ଦାନ କରିବା ଏବଂ ପ୍ରତ୍ୟେକ ଜିଲ୍ଲାରେ ଲାଇବ୍ରେରୀ ସ୍ଥାପନକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଇଚ୍ଛୁକ ଦାତାମାନଙ୍କଠାରୁ ସଂଗୃହିତ, ବିଦ୍ୟାଳୟ ପାଠ୍ୟ ପୁସ୍ତକ ଏବଂ ରେଫରେନ୍ସ ବହି ଠାରୁ ଆରମ୍ଭ କରି ପ୍ରସିଦ୍ଧ ଉପନ୍ୟାସ ଏବଂ ଜୀବନୀ ପୁସ୍ତକ ଥିବା ଦୁଇଟି ପୁସ୍ତକ କ୍ୟାବିନେଟକୁ ଆଜି ଶ୍ରୀମତୀ ବର୍ଷା ପ୍ରିୟଦର୍ଶିନୀ ଭୁବନେଶ୍ୱର ଖଣ୍ଡଗିରିର ଜୀବନ ଜ୍ୟୋତି ଆଶ୍ରମରେ ପିଲାମାନଙ୍କୁ ଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ହେବେ ବଲାଙ୍ଗୀର ଜିଲ୍ଲାର ଫୁଲଝରନ ଗ୍ରାମର ଝିଅ ଦିଲେସ୍ୱରୀ ଧାରୁଆ । କୋଭିଡ ମହାମାରୀ ସମୟରେ ସରକାରୀ ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ଗ୍ରାମର ପିଲାମାନେ ଯେପରି ପାଠ ପଢାରେ ପଛରେ ନ ରହି ଯାଆନ୍ତି ସେଥିପାଇଁ ଗାଁର ପିଲାମାନଙ୍କୁ ନିଃସ୍ୱାର୍ଥପର ଶିକ୍ଷାଦାନ ହେତୁ ସେ ଦେଶର ବିଭିନ୍ନ ସ୍ଥାନରୁ ପ୍ରଶଂସା ଲାଭ କରିଥିଲେ ।

ଦାଶିଆ ଅଜା ଭାବରେ ଜଣାଶୁଣା,ସ୍ବର୍ଗତ ଶ୍ରୀ ଦାଶରଥୀ ପଟ୍ଟନାୟକ, ଓଡିଶାରେ ପାଠାଗାର ଆନ୍ଦୋଳନର ଅଗ୍ରଦୂତ ଥିଲେ । ସେ 1907 ମସିହାରେ ନୟାଗଡ଼ ଜିଲ୍ଲାର ଉଦୟପୁର ନାମକ ଏକ ଅଳ୍ପ ଜଣାଶୁଣା ଗାଁରେ ଜନ୍ମଗ୍ରହଣ କରିଥିଲେ । ଏକ ପେଢିରେ କେବଳ 5ଟି ପୁସ୍ତକରୁ ଲାଇବ୍ରେରୀ ଆରମ୍ଭ କରିଥିଲେ, ଦାଶିଆ ଅଜା ଦାରିଦ୍ର୍ୟ, ଅଳ୍ପ ଶିକ୍ଷା ଏବଂ ଜୀବନର ଅଭାବକୁ ଖାତିର ନକରି ପୁସ୍ତକ, ପତ୍ରିକା, ପୁରାତନ ତଥା ଅନ୍ୟାନ୍ୟ ସ୍ମାରକପତ୍ର ସଂଗ୍ରହ କରିବାରେ ନିଜକୁ ଉତ୍ସର୍ଗ କରିଥିଲେ । ସେ ଶେଷରେ 1959 ମସିହାରେ ତାଙ୍କ ଗ୍ରାମରେ ଏକ ପାଠାଗାର ସ୍ଥାପନ କରିଥିଲେ, ଯେଉଁଠାରେ ବର୍ତ୍ତମାନ 1.5 ଲକ୍ଷ ପୁସ୍ତକ ଏବଂ ସାମୟିକ ପତ୍ରିକା, ପାଣ୍ଡୁଲିପି, ଚିତ୍ର ଏବଂ ଅନ୍ୟାନ୍ୟ ଅନୁସନ୍ଧାନ ସମ୍ବନ୍ଧୀୟ ପୁସ୍ତକ ରହିଛି ।

ଅଭିନେତ୍ରୀ ତଥା ସମାଜ ସେବୀକା ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ୟମ “ଆମ ପାଠାଗାର” ମାଧ୍ୟମରେ ଦାଶିଆ ଅଜାଙ୍କ ଦ୍ୱାରା ପରିଚାଳିତ ପାଠାଗାର ଆନ୍ଦୋଳନକୁ ପୁନଃ ପ୍ରଜ୍ୱଳିତ କରିବାକୁ ଚେଷ୍ଟା କରୁଛନ୍ତି । ଏହି ପଦକ୍ଷେପ ମାଧ୍ୟମରେ,ଶ୍ରୀମତୀ ବର୍ଷା ପ୍ରିୟଦର୍ଶିନୀ ଓଡିଶା ତଥା ଓଡିଶା ବାହାରେ ଉତ୍ସାହୀ ଦାତାମାନଙ୍କ ଠାରୁ ପୁସ୍ତକ ଏବଂ ପତ୍ରିକା ସଂଗ୍ରହ କରି ସାରା ରାଜ୍ୟରେ ଅଭାବୀ ପିଲାମାନଙ୍କୁ ଦାନ କରିବାକୁ ଯୋଜନା କରିଛନ୍ତି । ଏହା ଦ୍ୱାରା ସେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ପାଠାଗାର ସ୍ଥାପନ କରିବାକୁ ଉତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି, ଯେପରି ଦାଶିଆ ଆଜା କଳ୍ପନା କରିଥିଲେ ।

ଉପରୋକ୍ତ ପଦକ୍ଷେପର ଏକ ଅଂଶ ଭାବରେ, ଇଚ୍ଛୁକ ଦାତାମାନଙ୍କଠାରୁ ସଂଗୃହିତ, ବିଦ୍ୟାଳୟ ପାଠ୍ୟ ପୁସ୍ତକ ଏବଂ ରେଫରେନ୍ସ ବହି ଠାରୁ ଆରମ୍ଭ କରି ପ୍ରସିଦ୍ଧ ଉପନ୍ୟାସ ଏବଂ ଜୀବନୀ ପୁସ୍ତକ ଥିବା ଦୁଇଟି ପୁସ୍ତକ କ୍ୟାବିନେଟକୁ ଆଜି ଶ୍ରୀମତୀ ବର୍ଷା ପ୍ରିୟଦର୍ଶିନୀ ଭୁବନେଶ୍ୱର ଖଣ୍ଡଗିରିର ଜୀବନ ଜ୍ୟୋତି ଆଶ୍ରମରେ ପିଲାମାନଙ୍କୁ ଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ହେବେ ବଲାଙ୍ଗୀର ଜିଲ୍ଲାର ଫୁଲଝରନ ଗ୍ରାମର ଝିଅ ଦିଲେସ୍ୱରୀ ଧାରୁଆ । କୋଭିଡ ମହାମାରୀ ସମୟରେ ସରକାରୀ ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ଗ୍ରାମର ପିଲାମାନେ ଯେପରି ପାଠ ପଢାରେ ପଛରେ ନ ରହି ଯାଆନ୍ତି ସେଥିପାଇଁ ଗାଁର ପିଲାମାନଙ୍କୁ ନିଃସ୍ୱାର୍ଥପର ଶିକ୍ଷାଦାନ ହେତୁ ସେ ଦେଶର ବିଭିନ୍ନ ସ୍ଥାନରୁ ପ୍ରଶଂସା ଲାଭ କରିଥିଲେ ।

ଏହି ବର୍ଷ ମହାମାରୀ ହେତୁ ଆମେ ପ୍ରତ୍ୟେକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ସମ୍ମାନିତା ଏବଂ ଦ କ୍ଲିକ୍ ପ୍ରଡକ୍ସନ୍ ସମସ୍ତଙ୍କୁ ଏହି ଅଭିଯାନରେ ଭାଗ ନେଇ ପିଲାମାନଙ୍କୁ ଜ୍ଞାନର ଉପହାର ଦେବାକୁ ଏବଂ ତାଙ୍କ ସଫଳତାର କାରଣ ହେବାକୁ ଅନୁରୋଧ କରୁଛନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *