#Exclusive

ପିଆଜ ଶରୀର ପାଇଁ ଉପକାରୀ ।

ଆମେ ସାଧାରଣତଃ ପିଆଜକୁ ଖାଦ୍ୟ ରୁଚିକର କରିବା ପାଇଁ ବ୍ୟବହାର କରି ଥାଉ । ଯେଉଁମାନେ ନିରାମିଷ ଖାଆନ୍ତି ସେମାନଙ୍କୁ ଛାଡି ଦେଲେ ଯେଉଁମାନେ ଆମିଷ ଖାନ୍ତି ସେମାନଙ୍କୁ ପିଆଜ ବିନା କୌଣସି ବି ବ୍ୟଞ୍ଜନ ସ୍ଵାଦୁ ଲାଗି ନ ଥାଏ। ପିଆଜ କେବଳ ମସଲା ଭାବରେ ନୁହେଁ ଏହାକୁ ଔଷଧ ଭାବରେ ମଧ୍ୟ ଉପଯୋଗ କରି ହେବ । କାରଣ ପିଆଜର ବହୁତ ଔଷଧୀୟ ଗୁଣ ଭରି ରହିଛି । ତାହେଲେ ଆସନ୍ତୁ ଜାଣିବା ପିଆଜର ବ୍ୟବହାର ଦ୍ୱାରା ଆମର କଣ ସବୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ହୋଇ ଥାଏ ।

ଯଦି କାହାର ଅଜୀର୍ଣ୍ଣ କିମ୍ବା ବଦହଜମି ସମସ୍ୟା ଥିବ ତେବେ ପିଆଜକୁ ଛୋଟ ଛୋଟ ଖଣ୍ଡ କାଟି ନିଅନ୍ତୁ ଆଉ ସେଥିରେ ଲେମ୍ବୁ ଚିପୁଡି ନିଅନ୍ତୁ ଆଉ ତାକୁ ଭୋଜନ ସହିତ ସେବନ କରନ୍ତୁ ।

ଯଦି କେହି ଛୋଟ ପିଲାକୁ ବଦହଜମି ହେବାର ଦେଖନ୍ତି ତେବେ ତାଙ୍କୁ ପିଆଜ ରସ ଦୁଇ ଚାରି ବୁନ୍ଦା ନେଇ ଚଟେଇ ଦିଅନ୍ତୁ । ଏହା ଦ୍ୱାରା ପିଲାର ବଦହଜମି ଦୂର ହୋଇ ଯିବ ।

ପିଆଜ ପେସି କରି ବାଳରେ ଲଗେଇଲେ ମୁଣ୍ଡର ବାଳ କଳା ହୋଇ ଥାଏ । ବାଳ ଝଡା ବନ୍ଦ ହୋଇ ଯାଏ । ଯେଉଁଠି ଚନ୍ଦା ହେବାରେ ଲାଗି ଥାଏ ସେଠାରେ ପିଆଜ ରସକୁ ନେଇ ଆଙ୍ଗୁଳିରେ ମାଲିସ କରନ୍ତୁ । ଯାହା ଫଳରେ ଏହା ଆସ୍ତେ ଆସ୍ତେ ବାଳ ଝଡ଼ିବା ସହିତ ନୂଆ ବାଳ ଉଠିବା ଆରମ୍ଭ ହୋଇ ଯାଏ ।

ପିଆଜରେ କ୍ୱେରସେଟିନ ନାମକ ଏଣ୍ଟିଆକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ମିଳି ଥାଏ ଯାହାକି ଅମାଶୟର କ୍ୟାନ୍ସରକୁ ସଠିକ କରି ଥାଏ ।

ଏହା ଲାଲି ଓ ହଳଦିଆ ପିଆଜରେ ମିଳି ଥାଏ ଧଳା ପିଆଜରେ ମିଳି ନ ଥାଏ । ପିଆଜର ଏହି ଏଣ୍ଟିଆକ୍ସିଡେଣ୍ଟ ରକ୍ତ ବାହିକାରେ ରକ୍ତ ଜମିବାରେ ଅଟକି ଥାଏ , ରକ୍ତକୁ ପତଳା କରି ଥାଏ । ଖରାପ କୋଲେଷ୍ଟ୍ରଲ କମ୍ କରି ଥାଏ ଓ ଭଲ କୋଲେଷ୍ଟ୍ରଲ ମାତ୍ରାକୁ ଅଧିକ କରି ଥାଏ । ଶ୍ଵାସ ରୋଗୀ ଓ ପୁରୁଣା କାଶ ରୋଗୀ ପିଆଜ ସେବନ ଦ୍ୱାରା ଉପକୃତ ହୋଇ ଥାନ୍ତି ।

ପିଆଜରେ ଫୁଲା ବିରୋଧୀ ଗୁଣ ରହି ଥାଏ , ସଂକ୍ରମଣରେ ଏଣ୍ଟିବାୟୋଟିକ ଭଳିଆ କାମ କରି ଥାଏ । ପିଆଜରେ କ୍ୟାନ୍ସର ସହିତ ଲଢ଼ିବାରେ ଗୁଣ ରହି ଥାଏ । ପିଆଜ ରସ କୌଣସି ଔଷଧ ଠାରୁ କମ୍ ନୁହେଁ । ଏହା ଦ୍ୱାରା ବହୁତ ଗୁଡିଏ ରୋଗ ଦୂର ହୋଇ ଥାଏ ଆଉ ଏଥିପାଇଁ ହିଁ କୁହା ଯାଇ ଥାଏ ଯେ ପିଆଜ ଖାଇଲେ ବ୍ୟକ୍ତିର ବଢି ଥାଏ ।

Leave a comment

Your email address will not be published. Required fields are marked *