#Breaking News

କନ୍ଧମାଳସୀମାନ୍ତ ମାଧପୁର ଜଙ୍ଗଲରେ ମହାବଳ ବାଘ !


ଫୁଲବାଣୀ-(ସୁନୀଲପଟନାୟକ)
କନ୍ଧମାଳ ବୌଦ୍ଧ ସୀମାନ୍ତ ବର୍ତ୍ତୀ ମାଧପୁର ଜଙ୍ଗଲ ବିଭାଗରେ 6ରଂଜ ଅନ୍ତର୍ଗତ ହାତୀ ଧରା ଜଙ୍ଗଲରେ କୁ ଆଡେଏକ ମହାବଳ ବାଘ ବୁଲୁଥିବା ଫଳରେ ମାଧପୁର, ଖଜୁରୀପଡ଼ା,ଅଞ୍ଚଳର ପ୍ରତିଦିନ ଯିବା ଆସିବା କରୁଥିବା ଲୋକେ ଭୟ ଭୀତ ହୋଇ ପଡିଛନ୍ତି ।
ବାଘଟି ଏହି ଜଙ୍ଗଲରେ ଏକ ସମ୍ବର ମାରି ଖାଇଥିବା ଜଣାପଡିଛି । ଖବର ପାଇ ମାଧପୁର ଜଙ୍ଗଲ ବିଭାଗ 6ରଂଜକର୍ମଚାରୀ, ମହାନଦୀ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ସମ୍ବରର ମୃତଦେହ ପଡିଥିବା ସ୍ଥାନବୁଲି ଦେଖିଥିବା ଜଣାପଡିଛି ।
ତେବେ ବାଘର ପାଦଚିହ୍ନ ସେଠାରେ ଦେଖିବାକୁ ପାଇ ନ ଥିଲେ। ଫଳରେ ଏହା କଲରାପତରିଆ ନା ମହାବଳ ବାଘ ସ୍ପଷ୍ଟ ଜଣାପଡିନି ।. ତେବେ ବାଘର ଗତିବିଧି ଜାଣିବା ପାଇଁ ସିସିଟିଭି ଲଗାଇଛି ବନବିଭାଗ ।
ଏହି ଘଟଣା ଉପରେ ଉଭୟ ବନ ବିଭାଗ ଓ ବନ୍ୟପ୍ରାଣୀ ବିଭାଗ ସତର୍କ ନଜର ରଖିଥିବା କଥାବନ ବିଭାଗ ପଦସ୍ଥ ଅଫିସର କହିଛନ୍ତି । ଜଙ୍ଗଲକୁ ଜାଳେଣି କାଠ, ପତ୍ର ଓ ଗାଇଓ ଛେଳୀଚରାଇବା ଲାଗି ଜଙ୍ଗଲ ଭିତରକୁ ନଯିବା ଲାଗି ବନ ବିଭାଗ ବାରଣ କରିଛି ।
ତେବେ ବାଘ ଶୀକାର ହୋଇଥିବା ସମ୍ବରର ମୃତଦେହକୁ ଦେଖିଲେ ଏହା ମହାବଳ ବାଘ ହୋଇଥିବା ଜଣାପଡିଥିବା ନେଇ ଡିଏଫ ଓ ଦେବପ୍ରିୟ କମ୍ପ ସୂଚନା ଦେଇଛନ୍ତି ।

Leave a comment

Your email address will not be published. Required fields are marked *