#Breaking News

ଚକାପାଦ ବ୍ଳକ କୁସୁମେଣ୍ଡି ଠାରେ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ୍ କୃଷକ ତାଲିମ


ଫୁଲ ବାଣୀ-( ସୁନୀଲ ପଟନାୟକ) କୃର୍ଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଚକାପାଦ ବ୍ଳକର କୁସୁମେଣ୍ଡିଠାରେ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ଦ୍ୱାରା ମୂର୍ତ୍ତିକା ସ୍ୱାସ୍ଥ୍ୟ ପରିକ୍ଷା ନିରନ୍ତର କୃଷି ନିମନ୍ତେ ସମନ୍ଵିତ ପୃଷ୍ଟିସାର ଖତସାର, ପରିଚାଳନା ଏବଂ ତତ ସମ୍ବନ୍ଧିୟ ୮ ଟି ବିଷୟବସ୍ତୁ ଉପରେ ୨ ଦିନ ବ୍ୟାପୀ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଉଦୟଗିରି କୃଷି ଜିଲ୍ଲା ଅଧିକାରୀ ଅଜୟ ପରୀଡା,ସୁନୀତା ମିଶ୍ର ଯୋଜନା ଅଧିକାରୀ, ଚକାପାଦ ବ୍ଳକ କୃଷି ଅଧିକାରୀ ହେମନ୍ତ ଦାସ, ଟିକା ବାଲି ସହକାରୀ କୃଷି ଅଧିକାରୀ ସୁଜିତ ପାଠି, ଯୋଗଦେଇ ସୁନନ୍ତିତ ପରାମର୍ଶ ଦେଇଥିଲେ।
କୁସୁମେଣ୍ଡି କୃଷି ଅଧି ଦର୍ଶକ ପର୍ଶୁରାମ ସାହୁ, ଆତ୍ମା ବିଟିଏମ ରାଧେରମଣଶର୍ମା, କୃଷି ବିଜ୍ଞାନ କେନ୍ଦ୍ର ଡସୁଜିତ ମୁଖୀ, ଡ଼ ସିଦ୍ଧାର୍ଥକର, ସନ୍ତୋଷ ଦଳବେହେରା ପ୍ରମୁଖ ଯୋଗ ନେଇ ୮ ଓ ୯ ତାରିଖ ଦୁଇ ଦିନ ଧରି ଚାହାଳୀ ପଞ୍ଚାୟତର ଗାଡ୍ର ଗାଁ ରେ ୩୦ଜଣ ଚାଷୀଙ୍କୁ ତାଲିମ ପ୍ରଦାନ କରିଥିଲେ ।
ସହକାରି କୃଷି ଅଧିକରୀ ପ୍ରଶାନ୍ତ କୁମାର ମହାପାତ୍ର ଶିବିର ପରିଚାଳନା କରିଥିଲେ ।

Leave a comment

Your email address will not be published. Required fields are marked *