#Breaking News #Uncategorized

ମାଛ ଚାଷ କରି ଆତ୍ମ ନିର୍ଭର ଶୀଳ ହେଲେ ତୁଳସୀଏସ ଏଚ ଜି ମହିଳା


ଫୁଲବାଣୀ -(ସୁନୀଲ ପଟନାୟକ )
ଏବେ ଆଉ ମହିଳା ମା ନେ ଆଗ ଭଳି ଘର କୋଣ ରେ ନ ବସି ପୁରୁଷ ମାନଙ୍କ ସ ହ ପାଦରେ ପାଦ ମିଳାଇ ଚାଲିବା ସହ ରୋଯୋଗା ର କରି ସ୍ୱାବଲମ୍ବୀ ହୋଇପାରିଛନ୍ତିl
ସେହିପରି କନ୍ଧ ମାଳ ଜ଼ିଲ୍ଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗା ଗଡଗ୍ରାମ ର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତୁଳସୀ ଏସ ଏଚ ଜି ର ମହିଳା ମନେ ମାଛ ଚାଷ କରି ବେଶ ଆତ୍ମ ନିର୍ଭ ର ଶିଳ ହୋଇପାରିଛନ୍ତି l
ସରକାରଙ୍କ ମିଶନ ଶକ୍ତି ଯୋଜନା ରେ ମହିଳା ମାନେ ଏକତ୍ରିତ ହୋଇ ଗ୍ରୁପ ଗଠନ କରିଥିଲେ l
ଗତ ବର୍ଷ ଜି. ଉଦୟ ଗିରି ବ୍ଲକ ସହାୟତା ରେ କତିଙ୍ଗିଆ ଷ୍ଟେଟ ବ୍ୟାଙ୍କ ସେମାନଙ୍କୁ କମ ସୁଧରେ ଦେଢ଼ଲକ୍ଷ ଟଙ୍କା ଋଣ ଦେଇଥିଲେ l
ଏହି ଅର୍ଥରେ ସେମାନେ ଲିଙ୍ଗlଗଡ ପଂଚାୟତ ର ଏକ ବନ୍ଧ ଲିଜ ନେଇ ଥିଲେ l ତାକୁ ସଫା ସୁତୁରା କରିବା ପରେ ମାଛ ଚାଷ ନିମନ୍ତେ ମସ୍ୟ ବିଭାଗ ସହ ଆଲୋଚନା କରିବାପରେ ବିଭାଗ ପକ୍ଷରୁ ବୈଷୟିକ ଜ୍ଞାନ କୌଶଳ ଠୁ ଆରମ୍ଭ କରି ରୋହୀ ଓ ଭାକୁରମାଛ ଯାଆଁଳା ଯୋଗାଇ ଦେଇଥିଲେl ତାକୁ ବନ୍ଧରେ ଛାଡି ତାର ଯତ୍ନ ନେଇଥିଲେଳ l ପାଳି କରି ବନ୍ଧ ଜଗିଥିଲେ l ଏବେ ବର୍ଷକ ପରେ ମାଛ ବଡ ହୋଇଯିବା ପରେ ଏବେ ମାଛ ଧରି ତାକୁ ଜି ଉଦୟଗିରି ବଜ଼ାର କୁ ଆଣି ବିକ୍ରୀ କରୁଛନ୍ତି l କିଲୋ ପିଛା ୧୨0/ଟଙ୍କା ରେ ବିକ୍ରୀ କରୁଥିବା କହିଛନ୍ତି ତୁଳସୀ ଏସଏଚ ଜି ଗ୍ରୁପ ସମ୍ପାଦିକା ସଂଜୁ ଲତା ପ୍ରଧାନ l
ସଜ ମାଛ କମ ଦର ରେ ମିଳୁଥିବା ରୁ ଗ୍ରାହକ ଙ୍କ ପ୍ରବଳ ଭିଡ ହୁଏ l ଆଉ ମାଛ ଶୀଘ୍ର ମଧ୍ୟ ସରିଯାଏ ବୋଲି କୁହନ୍ତି ସଞ୍ଜୁଲତା l ଏଥିରେ ଭଲ ଲାଭ ମିଳୁଥିବା କହିଛନ୍ତି ସଭାନେତ୍ରୀ ମାଳା ସିଂ ପ୍ରଧାନ l
ଏହି କାମରେ ଗ୍ରୁପ ର ଶର୍ମିଲା ପ୍ରଧାନ, ଅ ଲି ମା ପ୍ରଧାନ, ସୁଜାତା ନାୟକ, କେତକୀ ପ୍ରଧାନ, କଳାଚାନ୍ଦ ପ୍ରଧାନ, ବିମଳା ପ୍ରଧାନ, ପ୍ରମୁଖ ସହଯୋଗ କରିଥାନ୍ତି l ଏବେ ଭଲ ଦୁଇ ପଇସା ରୋଜଗାର କରି ଏହି ଏସଏଚ ଜି ମହିଳା ମାନେ ପୂର୍ବା ପେକ୍ଷା ଭଲ ରେ ପରିବାର ଚଳାଉ ଥିବା କହିଛନ୍ତି l କେବଳ ଏହି ଗୋଟିଏ ଗ୍ରୁପ ନୁହେଁ ଅନେକ ଗ୍ରୁପ ମହିଳା ମାନେ ଭିନ୍ନ ଭିନ୍ନ ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇପାରିଥିବା ଖୁସିର ବିଷୟ ନିଶ୍ଚୟ l

Leave a comment

Your email address will not be published. Required fields are marked *