#Breaking News

କନ୍ଧମାଳ ଜିଲା ର ମନରେଗା ଶ୍ରମିକଙ୍କୁ ୨୦କୋଟିର କୋଭିଡ଼ ସହାୟତା


ଫୁଲ ବାଣୀ- (ସୁନୀଲ ପଟନାୟକ),
କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ମନରେଗା ଶ୍ର ମିକ ମାନଙ୍କୁ କୋଭିଡ଼ ସହାୟତା ମିଳିବ। ଏହି ଯୋଜନାରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର କୋଭିଡ଼ ସହାୟତା ଘୋଷଣା କରିଛନ୍ତି ।
ପ୍ରତି ଶ୍ରମିକ ଦୈନିକ ମହୁରୀ ୨୧୫ ଟଙ୍କା ସହିତ ଅତିରିକ୍ତ ୫୦ ଟଙ୍କା ସହାୟତା ରାଶି ପାଇବେ ।ରାଜ୍ୟ ସରକାର ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲା ପାଇଁ ୨୦ କୋଟି ୧୦ଲକ୍ଷ ୯୩ହଜାର ୮୦୦ ଟଙ୍କା କୋଭିଡ ସହାୟତା ରାଶି ପ୍ରଦାନ କରିଛନ୍ତି ।
ଜଣେ ଶ୍ରମିକଙ୍କୁ ଥରେ ମାତ୍ର ସହାୟତା ରାଶି ମିଳିବ। ସହାୟତା ପ୍ରଦାନରେ ଜାଣିଶୁଣି ବିଳମ୍ବ କିମ୍ବା ଅବହେଳା ପ୍ରଦର୍ଶନ କଲେ ଦୃଢ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵରଂଜନ ନାଏକ କହିଛନ୍ତି । ରାଜ୍ୟ ସରକାର ମଧ୍ୟ ସହାୟତା ରାଶି ପ୍ରଦାନରେ ଦୁର୍ନିତୀ ଓ ଅବହେଳା ପଦର୍ଶନ କରାଯିବାର ନଜରକୁ ଆସିଲେ ଦୃଢ କାର୍ଯ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମସ୍ତ ଜିଲାପାଳମାନଙ୍କୁ ସତର୍କ କରାଇଦେଇଛନ୍ତି ।
ସରକାର କୋଭିଡ଼ ପାଇଁ ଅତିରିକ୍ତ ସହାୟତା ରାଶି ଘୋଷଣା କରିଥିବାରୁ ଜବକାର୍ଡ ଧ।ରି ମାନେ ଖୁବ୍ ଖୁସି ବ୍ୟକ୍ତ କରିବା ସହ ସରକାର ଏହି ଅସମୟରେ ସହାୟତାର ହାତ ବଢାଇ ଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜବକାର୍ଡଧାରୀ। ମନ 6ରଗ । ଯୋଜନାରେ ସ୍ୱଛତା ଅବଲମ୍ବନ କରିବା ନେଇ ସବୁପ୍ରକାର ଉଦ୍ୟମ ପ୍ରଶାସନ କରୁଛି । କୋଭିଡ଼ ସହାୟତା ରାଶି ପ୍ରଦାନରେ ଯେପରି ଏପଟ ସେପଟ ନ ହେବ ସେଥିପ୍ରତି ଜିଲ୍ଲାପାଳ ଡ଼ା. ବୃନ୍ଦାଡ଼ି ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵରଂଜନ ନାଏକ ସୂତନ୍ତ୍ର ଦୃଷ୍ଟି ରଖିଥିବା ଜଣାପଡିଛି । ଏନେଇ ସମସ୍ତ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵ ରଂଜନ ନାଏକ କହିଛନ୍ତି ।
କନ୍ଧମାଳ ଜିଲ୍ଲାର ମୋଟ ୧ଲକ୍ଷ ୫୮ ହଜାର ୯୯୨ ଜବକାର୍ଡ଼ା ଧ।ରି ୪୦ ଲକ୍ଷ ୨୧ ହଜାର ୮୭୬୬ ଶ୍ରମ ଦିବସ କରିଛନ୍ତି । ଏମାନଙ୍କୁ ୨୦କୋଟି ୧୦ଲକ୍ଷ ୯୩ହଜାର ୮୦୦ ଟଙ୍କା
ପ୍ରଦାନ କରାଯିବା
ସୂଚନା ଯୋଗ୍ୟ ଯେ,ବାଲିଗୁଡ଼ା ବ୍ଳକ ରେ ୧୪,୧୧୭ ହିତାଧିକାରିଙ୍କ ୩.୩୨,୭୭୪ ଶ୍ରମ ଦିବସ ପାଇଁ ୧କୋଟି୬୬ ଲକ୍ଷ ୩୮ହଜାର ୭୦୦ଟଙ୍କା ଦିଆଯିବା ବେଳେ ଚକାପାଦ ବ୍ଳକରେ ୧୦,୯୬୧ଜବକାର୍ଡ଼ ହିତାଧି କ।ରି ମାନେ ୩,୨୮,୬ ୬୦ ଶ୍ରମ ଦିବସ ପାଇଁ ୧କୋଟି୬୪ଲକ୍ଷ ୩୩ ହଜାର, ଦାରିଙ୍ଗବାଡି ବ୍ଳକରେ ୧୯,୫୦୩ ଜବକାର୍ଡ଼ା ଧ।ରି ମାନେ ୩,୮୫,୬୧୬ଶ୍ରମ ଦିବସବାବଦରେ ୧ କୋଟି ୯୨ ଲକ୍ଷ ୮୦ ହଜାର ୮୦୦ ଟଙ୍କା, ଜି ଉଦୟଗିରି ବ୍ଲକର ୫,୮୬୧ ଜଣ ଜବକାର୍ଡ
ଧ।ରି ମାନେ ୧,୩୭,୯୮୩ ଶ୍ରମ ଦିବସ ବାବଦରେ୬୮ଲକ୍ଷ, ୯୯ହଜାର ୧୫୦ ଟଙ୍କା, କନୁଆଗାଁ ବ୍ଳକର ୧୧,୧୮୬ ହିତାଧିକାରି ୨,୪୩,୨୫୩ ଶ୍ରମ ଦିବସ ବାବଦରେ ୧ କୋଟି ୨୧ ଲକ୍ଷ୬୨ହଜାର, ୬୫୦ ଟଙ୍କା, ଖଜୁରୀପଡ଼ା ବ୍ଲକ ର୧୧,୯୧୨ଜଣ ହିତାଧିକାରୀ ମାନେ ୨,ଲକ୍ଷ୪୯ ହଜାର ୩୯୮ ଶ୍ରମ ଦିବସ ବାବଦରେ ୧ କୋଟି ୨୪ ଲକ୍ଷ୬୯ହଜାର ୯୦୦ଟଙ୍କା, କୋଟଗଡ଼ ବ୍ଳକରେ ୧୧,୩୨୮ ଜବକାର୍ଡ ହିତାଧିକାରି ମାନେ ୨ଲକ୍ଷ ୨୯,ହଜାର୬୩୪ ଶ୍ରମ ଦିବସ ପାଇଁ ୧କୋଟି ୧୪ ଲକ୍ଷ ୮୧ହଜାର ୭୦୦ ଟଙ୍କା, ଫିରିଙ୍ଗିଆ ବ୍ଳକ ର ୩୦ହଜାର ୨ ୧୮ଜଣ ଜବକାର୍ଡଧାରି ମାନେ.୮,୩୬,୫୦୪ ଶ୍ରମ ଦିବସ ବାବଦରେ ୪କୋଟି ୧୮ ଲକ୍ଷ ୨୫ ହଜାର ୨୦୦ଟଙ୍କା, ଫୁଲବାଣୀବ୍ଲ କ ରେ ୧୦,୮୮୮ଜବକାର୍ଡ଼ଧାରୀମାନେ ୨,୯୦,୪୨୭ ଶ୍ରମ ଦିବସ ବାବଦରେ ୧ କୋଟି ୪୫ ଲକ୍ଷ ୨୧ ହଜାର ୩୫୦ ଟଙ୍କା, ରାଇକିଆବ୍ଲକରେ ୧୫୬୯୦ ଜଣ ହିତାଧିକାରୀମାନେ ୫,୨୨, ୭ ୬୭ ଶ୍ରମ ଦିବସ ବାବଦରେ ୨କୋଟି ୬୧ଲକ୍ଷ ୩୮,୩୫୦ଟଙ୍କା,ଟିକାବାଲି ବ୍ଲକରେ ୯ ୮୨୯ ଜଣ ଜବକାର୍ଡଧାରି ମାନେ ୨ଲକ୍ଷ ୨୪ ହଜାର ୧୫୩ ଶ୍ରମ ଦିବସ ବାବଦରେ ୧ କୋଟି ୧୨ଲକ୍ଷ ୭ହଜାର୬୫୦ ଟଙ୍କା ଓ ତୁମୁଡିବନ୍ଧ ବ୍ଲକ ରେ ୭୪୯ ୯ ଜଣ ଜବକାର୍ଡ଼ ଧ।ରି ୨ ଲକ୍ଷ ୪୦ ହଜାର ୭୦୭ ଶ୍ରମ ଦିବସ ବାବଦରେ ୧ କୋଟି ୨୦ ଲକ୍ଷ ୩୫ ହଜାର ୩୫୦ ଟଙ୍କା ପ୍ରଦାନ କରାଯିବ ବୋଲି ବିଭାଗ ସୁତ୍ରରୁ ଜଣାପଡିଛି ।

Leave a comment

Your email address will not be published. Required fields are marked *