#Breaking News

ଅଗ୍ନି ଵିପନ ପରିବାର କୁ ସହାୟତା ହାତ ବଢ଼ାଇଲା ଟିମ ହ୍ୟୁମାନୀଟି


ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନପଡା ଗ୍ରାମ ପଞ୍ଚାୟତ.ର ପାଣ୍ଡୁ ଗୁଡାଗ୍ରାମର ଉମେଶ ଚନ୍ଦ୍ର ଦିଗାଲଙ୍କ ଘରେ ଦୁଇ ଦିନ ତଳେ କୌଣସି କାରଣରୁ ନିଆଁ ଲାଗିଯିବା ଫଳରେ ସମସ୍ତ ଅସବାବ ପତ୍ର ସମେତ ଘର ଜଳିଯିବା ଫଳରେ
ରମେଶ ବାସହରା ହୋଇଯାଇଥିଲେ l
ଘରେ ସ୍ତ୍ରୀ, ଦୁଇଟି ଛୁଆ ଏବଂ ବୃଦ୍ଧ ବାପା ମା ରହିବେ କେଉଁଠି ଖାଇବେ କଣ ସେ ଚିନ୍ତାରେ ଥିବାବେଳେଖବର ପାଇ ସ୍ଵେଛା ସେଵୀ ସଂଗଠନ ଟିମ ହ୍ୟୁମାନୀଟି ସଦସ୍ୟ ମାନେ କ୍ଷତି ଗ୍ରସ୍ତ ପରିବାର ଉମେଶ ଙ୍କ ଗ୍ରାମ ରେ ପହଂଚି ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ପରିବାରର ମନୋବଳ ବଢାଇବା ସହ କିଛି ଆର୍ଥିକ ସାହାଯ୍ୟ ଏବଂ ଶୁଖିଲା ଖାଦ୍ୟ ପଦାର୍ଥ ଓ ପିନ୍ଧିବା ଲାଗି ନୁଆଁ କପଡା ମଧ୍ୟ ଯୋଗେଇ ଦେଇଥିଲେ l ଆଗାମୀ ଦିନରେ ଉକ୍ତ ପରିବାର ର ଯଦି କିଛି ସାହାଯ୍ୟ ଦରକାର ପଡ଼େ ତେବେ ସାହାଯ୍ୟ କରାଯିବା ନେଇ ଟିମ୍ ଆବାହକ ଭି.ଲୋକନାଥ ରାଜୁ ଜଣାଇଛନ୍ତି।ଟିମ ହ୍ୟୁ ମାନୀଟି ର ଏଭଳି କାର୍ଯ୍ୟ କୁ ଗ୍ରାମ ବାସୀ ପ୍ରଶଂସା କରିଛନ୍ତି l

Leave a comment

Your email address will not be published. Required fields are marked *