#Breaking News #Uncategorized

ଅଙ୍ଗନ ବାଡ଼ି ଦିଦିଙ୍କ ଦାଦାଗିରି,ଅଣ୍ଡା,ଛତୁଆ ପାଇଁ ଆଶା କର୍ମୀ ଖାଇଲେ ମାଡ


ବଡମ୍ବା(ଉଲାପ୍ର)ବଡମ୍ବା ବ୍ଲକ ଇଚ୍ଛାପୁର ପଞ୍ଚାୟତ ରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି,ସେହି ଗ୍ରାମର ଅଙ୍ଗନବାଡି ଦିଦି ଙ୍କ ଦାଦାଗିରି ଯୋଗୁ ଆଶାକର୍ମୀ ମମତା ରାଣି ରଥ ଖାଇଛନ୍ତି ମାଡ଼,ଘଟଣା ଯାଇ ପହଁଚିଛି ବଡମ୍ବା ଥାନାରେ,ଘଟଣାରୁ ଜଣାପଡିଛି ଇଚ୍ଛାପୁର ଗ୍ରାମର ଆଶାକର୍ମୀ ମମତାରାଣୀ ରଥଙ୍କ ପୁଅର ଏକ ସନ୍ତାନ ଜନ୍ମ ହୋଇଥିବା ବେଳେ ଗତ କିଛିମାସ ହେଲା ଅଙ୍ଗନବାଡି ଦିଦି ସୁକାନ୍ତି ବେହେରା ଅଣ୍ଡା,ଛତୁଆ ଯୋଗାଇ ଆସୁଥିଲେ,ମାର୍ଚ୍ଚ ମାସର ଛତୁଆ ମମତାରାଣୀ ଙ୍କ ପୁଅକୁ ନମିଳିବାରୁ ସେ ଇଚ୍ଛାପୁର ଗ୍ରାମରେ ଏକ ସରକାରୀ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ବିଭାଗର ଚାଲିଥିବା ବେଳେ ମମତା ଏ ସମ୍ପର୍କରେ ଅଙ୍ଗନବାଡି ଦିଦି ସୁକାନ୍ତିକୁ ପଚାରିବା ଫଳରେ ସେ ଉତକ୍ଷିପ୍ତ ହୋଇ ସର୍ବସାଧାରଣରେ ମମତାରାଣୀ ରଥଙ୍କୁ ମାଡ ମାରିଥିବା ବଡମ୍ବା ଥାନାରେ ଅଭିଯୋଗ କରିଛନ୍ତି,ମମାତାରାଣୀଙ୍କ ହାତ ଓ ଗାଲରେ ଆଘାତ ଲାଗିଥିବା ବେଳେ ବଡମ୍ବା ମେଡିକାଲ ରେ ଚିକିସ୍ଥା ହୋଇଥିବା ଜଣାପଡିଛି, ବଡମ୍ବା ଥାନା କଣ ପଦକ୍ଷେପ ନେଉଛି ଦେଖିବାକୁ ବାକିରହିଲା,ଏହି ଘଟଣାକୁ ସବୁ ସ୍ତରରେ ନିନ୍ଦା କରାଯାଇଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *