#Exclusive

ନଦୀକୁ ଡେଇଁ ପଡ଼ିଲେ ଯୁବତୀ!

ବାଙ୍କୀ ( ଉଲାପ୍ର): ପ୍ରବଳ ବର୍ଷା ହେଉଥିଲା। ଆଉ ସେହି ବର୍ଷାରେ ଭିଜି ଭିଜି ମୋବାଇଲ୍‌ରେ କଥା ହେଉ ହେଉ ମହାନଦୀକୁ ଡେଇଁ ପଡ଼ିଲେ ଜଣେ ଯୁବତୀ। ମୋବାଇଲ୍‌ରେ ଗପୁଥିଲା ବେଳେ ସେ ଡିପ୍ରେସନ୍‌ରେ ଥିଲା ପରି ଲାଗୁଥିଲା ବୋଲି ଆଲୋଚନା ହେଉଛି।ଆଜି ମଧ୍ୟାହ୍ନରେ କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା। ସେହି ବର୍ଷାରେ ଭିଜି ଜଣେ ଯୁବତୀ ମୋବାଇଲ୍‌ ଗପି ଗପି ଦୋକାନରେ ପହଞ୍ଚିଲେ। ସେଠାରୁ ଗୋଟିଏ କୋଲ୍‌ଡ ଡ୍ରିଙ୍ଗସ୍‌ କିଣିଲେ। ଆଉ ତା’ପରେ ବର୍ଷାରେ ଭିଜି ଭିଜି ଥଣ୍ଡା ପିଇପିଇ ଗପି ଗପି ଆଗକୁ ଚାଲିଲେ। ସମସ୍ତଙ୍କ ସମ୍ମୁଖରେ ସେ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡ଼ିଲେ। ସେହି ରାସ୍ତାରେ ଯାଉଥିବା ଲୋକମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇଁ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ୪ ଘଣ୍ଟାର ଖୋଜିବା ପରେ ଯୁବତୀ ଙ୍କ ମୃତଦେହ ମିଳିଥିଲା ।ଯୁବତୀ ଜଣକ ତିଗିରିଆ ଅଞ୍ଚଳର ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ।

Leave a comment

Your email address will not be published. Required fields are marked *