#Breaking News #Uncategorized

ଚାରି ଚାରିଟା ପଞ୍ଚାୟତ ଦାୟିତ୍ଵରେ ଜଣେ ଜଣେ ଯନ୍ତ୍ରୀ, ଦୁର୍ନିତୀ ବେଶି,ଉନ୍ନୟନ ମୁଳକ କାର୍ଯ୍ୟ କମ


ଫୁଲବାଣୀ- (ସୁନୀଲ ପଟନାୟକ) ଯନ୍ତ୍ରୀ ଅଭାବ, ଫଳରେ ଗୋଟିଏ କି ଦୁଇଟି ନୁହେଁ ଚାରି ଚାରିଟି ପଞ୍ଚାୟତ ଦାୟୀତ୍ଵରେ ଜଣେ ଜଣେ ଯନ୍ତ୍ରୀ ଙ୍କୁ ଦାୟିତ୍ଵ । ସେ ପୁଣି ମହିଳା ଯନ୍ତ୍ରୀ। କାମ କିଭଳି ହେଉ ଥିବ ଏଥିରୁ ଜଣାପଡୁଛି ।
ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକରୁ। ୧୪ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକରେ ୫ଜଣ ଯନ୍ତ୍ରୀ ଅଛନ୍ତି । ୨ଜଣ ମହିଳା ଯନ୍ତ୍ରୀ ଥିବାବେଳେ ୩ଜଣ ପୁରୁଷ ଯନ୍ତ୍ରୀ ଅଛନ୍ତି । ତେବେ ଜଣେ ମହିଳI ଜିପି ଟିଏ ଙ୍କୁ ଗୁଦ।ରୀ, ପରିକୁ ଡି.ଟିଟ୍ରାପଙ୍ଗା ଓ ଦୁତିପଡ଼ା ପଞ୍ଚାୟତ ଦାୟୀତ୍ଵ ଦିଆଯାଇଛି । ମହିଳା ଯନ୍ତ୍ରୀଙ୍କ ପକ୍ଷରେ ଚାରିଟି ପଞ୍ଚାୟତରେ ଚାଲିଥିବା ଏତେଗୁଡିଏ ଉନ୍ନୟନ୍ନ ମୂଳକ କାମ ଦେଖିବା ସମ୍ଭବ ହେଉନି । କାମ ନ ଦେଖି ବିଲ ପାସ କରୁଥିବା ଶୁଣିବାକୁ ମିଳୁଛି । ସେହିପରି
ଖଜୁରିପଡା,ବଲସ ଗୁମ୍ଫା, ଆରନୁଆଗାଁ, ଦଳପଡ଼ା ଆଦି ୪ପଞ୍ଚ୍। ୟତ ଜଣେ ପୁରୁଷ ଯନ୍ତ୍ରୀଙ୍କୁ ଦିଆଯାଇଥିବାବେଳେ ଜଣେ ସର୍ବଶିକ୍ଷା ଅଭିଯାନରଟିସିଙ୍କୁ ସୁ6ଡ୍ରଜୁ,ବିଲା ବାଡି ,ସୁ ଡ୍ରୁ କୁମ୍ପା ଆଦି ୩ଟି ପଞ୍ଚାୟତ ଦିଆଯାଇଛି । ଅନ୍ୟ ୨ ଜଣଯନ୍ତୀଙ୍କ ମଧ୍ୟରୁ ଜଣେ ମହିଳା ଯନ୍ତ୍ରୀକୁ ଆଡ଼ା ସିପଡ଼ା ଓ ବୁତିମେଣ୍ଡିପଞ୍ଚାୟତ ଦିଆଯାଇଥିବାବେଳେ ଅନ୍ୟ ଜଣେ ପୁରୁଷ ଯନ୍ତ୍ରୀଙ୍କୁ ଅରାପା ଜୁ ପଞ୍ଚାୟତ ମାତ୍ର ଗୋଟି ଏ ଦିଆଯାଇଛି। ଏହି ବ୍ଳକରେ ପଞ୍ଚାୟତ ବଣ୍ଟନରେ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖାନଯାଇ ଦୁର୍ନିତୀ କୁ ପ୍ରଶୟ ଦିଆଯାଉଥିବା ଅଭିଯୋଗ ହେଉଛି । ବ୍ଳକରେ ମାତ୍ରାଧିକ ପିସି କାରାବାର ମଧ୍ୟ ହେଉଥିବା ଅଭିଯୋଗ ହେଉଛି । ଠିକାଦାରଙ୍କଠାରୁ ମନଇଚ୍ଛା ପିସି ନିଆଯାଉଛି। ଓଅଭିଯୋଗ ହେଲେ ତରବରିଆ ଭାବେ ଫେର।ଇ ଦିଆଯାଉଛି ମଧ୍ୟ ।
ବିଡିଓ ଓ ଅଧ୍ୟକ୍ଷଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ରହିଥିବା ମଧ୍ୟ ଜଣା ପଡିଛି ।
ବିଡିଓ କୁ ଆଡେ ଜଣେମନ୍ତ୍ରୀଙ୍କ ପାଖଲୋକ ହୋଇଥିବା କହି ମନଇଚ୍ଛା କରିବାର ଚଳାଇଥିବା ଅଭିଯୋଗ ହେଉଛି । ଏହି
ବ୍ଲକରେ ଚାଲିଥିବା ଦୁର୍ନିତୀ ଓ ଅନିୟମିତତା
ର ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରାଗଲେ ଅନେକ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ମତପ୍ରକାଶ ପାଇଛି ।
ଏ ନେଇ ବିଡିଓଙ୍କ ମତାମତ ପାଇଁ ଯଥେଷ୍ଟ ଉଦ୍ୟମ କରାଯାଇଥିଲା ହେଲେ ସମ୍ଭବ ହୋଇନଥିଲା।
.

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *