#Breaking News #Uncategorized

ପିକ୍ଅପ୍ ଭ୍ୟାନ ଧକ୍କାରେ ମୃତ ଗାଈ ବଳଦଙ୍କ ମାଲିକଙ୍କୁ ସହାୟତା ପ୍ରଦାନ

ନରସିଂହପୁର (ଉ ଲା ପ୍ର)
ଗଲା ପଅରଦିନ ସଂଧ୍ୟାରେ ଏକ ପିକଅପ ଭ୍ୟାନ ଦ୍ରୁତଗତିରେ ରାସ୍ତା ଅତିକ୍ରମ କରୁଥିବା କନ୍ଧବେରେଣୀର ଗାଈ ଗୋଠକୁ ଧକ୍କା ଦେବାରୁ ୪ଟି ଗାଈଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ୩ଟି ଗାଈ ଗୁରୁତର ହୋଇଥିଲେ। ସେଦିନ ଗରିବ ଗୋପାଳ ଓ ଗ୍ରାମବାସୀ ବିକ୍ଷୁବ୍ଧ ଥିଲେ । ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରାସାଦ ମିଶ୍ର ଜିଲ୍ଲାପାଳଙ୍କୁ ଯୋଗାଯୋଗ କରି ସହାୟତାର ପ୍ରତିଶ୍ରୁତି ଦେଇଥିଲେ। ସ୍ଥାନୀୟ ତହସିଲଦାର ଓ ସରପଞ୍ଚ ଏ କଥା ଗ୍ରାମବାସୀଙ୍କୁ ବୁଝାଇବାରେ ସେମାନେ ବୁଝିଥିଲେ। ଆଜି ବିଧାୟକ ଶ୍ରୀ ମିଶ୍ର ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, ବିଡିଓ ଶ୍ରୀ ପ୍ରଦୀପ ସାହୁ, ତହସିଲଦାର ଶ୍ରୀ ଆଲୋକ ଦେହୁରୀ, ସମାଜସେବୀ ଶ୍ରୀ କୃପାସିନ୍ଧୁ ଦାସଙ୍କ ଉପସ୍ଥିତିରେ ସ୍ଥାନୀୟ ସରପଞ୍ଚ ଶ୍ରୀ କୃଷ୍ଣମୋହନ ପଣ୍ଡାଙ୍କ ସଂଯୋଜନାରେ ୭ଜଣ କ୍ଷତିଗ୍ରସ୍ତ ଚାଷୀଙ୍କୁ ୩୪ହଜାର ଟଙ୍କାର ସହାୟତା ଦେଇଥିଲେ । ଏଥିପାଇଁ କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କୁ ଗ୍ରାମବାସୀ ବିଶେଷ ଧନ୍ୟବାଦ ଜଣାଇଛନ୍ତି।

Leave a comment

Your email address will not be published. Required fields are marked *