#Breaking News #Uncategorized

ଶ୍ରଦ୍ଧାଞ୍ଜଳି: ଉତ୍କଳ ସାମ୍ବାଦିକ ସଙ୍ଘ ର ପୂର୍ବତନ ସମ୍ପାଦକ ସଂଗ୍ରାମୀ ବସନ୍ତ ଦାସଙ୍କୁ

ଉତ୍କଳ ସାମ୍ବାଦିକ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ତଥା ଓଡ଼ିଶାର ବୟୋଜ୍ୟେଷ୍ଠ ସାମ୍ବାଦିକ, ଲେଖକ, ସ୍ତମ୍ଭକାର, ରାଜନୀତି ବିଶ୍ଳେଷକ ବସନ୍ତ ଦାସଙ୍କ ପରଲୋକରେ ଉତ୍କଳ ସାମ୍ବାଦିକ ସଂଘ ଓ ଆଇଏଫ୍‌ଡ଼ବ୍ଲ୍ୟୁଜେ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏହି ଶୋକରେ ସ୍ୱର୍ଗତ ଦାସଙ୍କ ପରିବାରକୁ ଏଭଳି ଦୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି କୁହାଯାଇଛି । ଗୋଟିଏ ସମୟରେ ବସନ୍ତ ଦାସଙ୍କ ନେତୃତ୍ୱରେ ଉତ୍କଳ ସାମ୍ବାଦିକ ସଂଘ ବେଶ ସୁସଂଗଠିତ ହୋଇପାରିଥିଲା । କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ତାଙ୍କରି ନେତୃତ୍ୱରେ ୧୯୮୪ ମସିହାରେ ଆଇଏଫ୍‌ଡ଼ବ୍ଲ୍ୟୁଜେର ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକଟି ଏତେ ଦୁର ସଫଳ ହୋଇଥିଲା ଯେ, ଯେଉଁଥିପାଇଁ ଉତ୍କଳ ସାମ୍ବାଦିକ ସଂଘ ଜାତୀୟ ସ୍ତରରେ ବେଶ୍ ପ୍ରଶଂସିତ ହୋଇଥିଲା । ସେ ଥିଲେ ଓଡ଼ିଶା ସାମ୍ବାଦିକତା ଆକାଶର ଉଜ୍ଜଳତମ ଜ୍ୟୋତିଷ୍କ । ତାଙ୍କ ପରଲୋକରେ ଓଡ଼ିଶା ସାମ୍ବାଦିକତା ଜଗତ ଜଣେ ମୁରବୀଙ୍କୁ ହରାଇଲା ।

।। ଓଁ ଶାନ୍ତି ।ା
ଡକ୍ଟର କେ. ବିକ୍ରମ ରାଓ
ସଭାପତି, ଏଆଇଏଫ୍‌ଡ଼ବ୍ଲ୍ୟୁଜେ
ନମିତା ଭୋରା
ସମ୍ପାଦକ, ଏଆଇଏଫ୍‌ଡ଼ବ୍ଲ୍ୟୁଜେ, ପୂର୍ବାଞ୍ଚଳ
ଡକ୍ଟର ଜୀମୂତ ମଙ୍ଗରାଜ
ସଭାପତି, ଉତ୍କଳ ସାମ୍ବାଦିକ ସଂଘ
ପ୍ରମୋଦ ପଟ୍ଟନାୟକ
କାର୍ଯ୍ୟକାରୀ ସଭାପତି, ଉତ୍କଳ ସାମ୍ବାଦିକ ସଂଘ
ବେଣୁଧର ପଣ୍ଡା
ସାଧାରଣ ସମ୍ପାଦକ, ଉତ୍କଳ ସାମ୍ବାଦିକ ସଂଘ
ବିନାୟକ ମିଶ୍ର
ଉପସଭାପତି, ଉତ୍କଳ ସାମ୍ବାଦିକ ସଂଘ
ଲଲାଟେନ୍ଦୁ ସେନାପତି, ସୁଜିତ ପଟ୍ଟନାୟକ, ପ୍ରଭାକର ସିରୋମଣି, ରାମେଶ୍ୱର ଶତପଥୀ, ଜୟକାନ୍ତ ରାଉତ, ସତ୍ୟନାରାୟଣ ପ୍ରଧାନ, ଜ୍ଞାନେନ୍ଦ୍ର ପଟ୍ଟନାୟକ, ସଞ୍ଜିବ ପଟ୍ଟନାୟକ, ନରେଶ କୁମାର ପାତ୍ର, ରବି ନାରାୟଣ ପଟ୍ଟନାୟକ, ବିଶ୍ୱଜିତ୍ ନାୟକ, ନିରାକାର ଦଳେଇ, ସୌରଭ ପଟ୍ଟନାୟକ, ନୀଳମଣି ସାହୁ, ସୁନିଲ ପଟ୍ଟନାୟକ, ବାସୁଦେବ ବରାଡ଼, ଭଜଗୋବିନ୍ଦ ଜେନା, ବିଜୟ ସାହୁ, ଡକ୍ଟର ରଶ୍ମିରଂଜନ ମିଶ୍ର, ଜୟସେନ ପରିଡ଼ା, ନାରାୟଣ ସାହୁ, ସତ୍ୟ ଦାସ, ପ୍ରସନ୍ନ ତ୍ରିପାଠୀ, ରାଜ କିଶୋର ସ୍ୱାଇଁ, ଅରୁଣ କୁମାର ଓତା, ଭଜରାମ ମହାପାତ୍ର, ମନୋଜ ମହାରଣା, ନିକୁଞ୍ଜ କିଶୋର ସାମଲ, କପିଳେନ୍ଦ୍ର ରାଉତ, ଗୀତିକାନ୍ତ ପଣ୍ଡା, ବୁଢ଼ାଭାଇ, ବିନୋଦ ନାୟକ ପ୍ରମୁଖ ବରିଷ୍ଠ ସାମ୍ବାଦିକ ।

Leave a comment

Your email address will not be published. Required fields are marked *