#Breaking News #District

ବିଭିନ୍ନ୍ ସମସ୍ୟା ନେଇ
ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ସଂଘ କାର୍ଯ୍ୟକାରିଣୀ ବୈଠକ


ଫୁଲବାଣୀ (ସୁନୀଲ ପଟନାୟକ)
ବିଭିନ୍ନ ଦାବୀ ପୂରଣ ନେଇ ଶୁକ୍ରବାର କନ୍ଧମାଳ ଜିଲ୍ଲା ପଞ୍ଚାୟତ ସମିତି ସଭ୍ଯ ସଭ୍ୟା ସଂଘ ର ଅଷ୍ଟମ କାର୍ଯ୍ୟ କାରିଣୀ ବୈଠକ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଥିଲା l ଫୁଲବାଣୀ ବ୍ଲକ ସଭାପତି ଦେବ ଦାସ ଦିଗାଲ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସସ୍ମିତା କହ୍ନର, ଯୋଗ ଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ସଂଘ ସଭାପତି ତଥା ସାମ୍ବାଦିକ ବୈଦ୍ୟନାଥ ବେହେରା, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ କାଳି ପ୍ରସାଦ ମଲିକ, ଜାନକୀ ପ୍ରଧାନ, ଜିଲା ଉପସଭାପତି ଜୁନେଶ ଦିଗଲ, ଉପଦେଷ୍ଟା ପିଣ୍ଡିକ କହ୍ନର, ସମ୍ପାଦକ ଅଜିତ କୁମାର ସାହୁ, ସମ୍ପାଦକ ପରମେଶ୍ଵର କହ୍ନର, ଚକାପାଦ ବ୍ଲକ ସଭାପତି କୀ ରା ପ୍ ପ୍ରଧାନ, କ୍. ନୁଆଗାଁ ବ୍ଲକ ସଭାପତି ପଦ୍ମ ଚରଣ ମଲିକ, ଖଜୁରୀପଡ଼ା ବ୍ଲକ ସଭାପତି ଦମୟନ୍ତୀ ଜାନି, ମାଧବ ଦିଗାଲ ପ୍ରମୂଖ ଯୋଗଦେଇ ସଂଘ ପକ୍ଷରୁ କରାଯାଇଥିବା ଦାବୀ ଗୁଡିକ୍ ଯଥାର୍ଥ ଆଉ ରାଜ୍ୟସରକାର ସେଗୁଡିକ ଅତିଶୀଘ୍ର ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ l
ଦାବୀ ପୂରଣ ନହେବା ଯାଏ ଆନ୍ଦୋଳନ ଜାରୀ ରହିବ ବୋଲି ଜିଲା ସଭାପତି ବୈଦ୍ୟନାଥ ବେହେରା କହିଥିଲେ l
ସେମାନଙ୍କ ଦାବୀ ମଧ୍ୟରେ ରହିଛି ସରପଞ୍ଚ ଙ୍କ ପରି ସାମ୍ବିଧାନିକ ସୁପାରିଶ କ୍ଷମତା, ପଞ୍ଚାୟତ ରେ ହେଉଥିବା ସମସ୍ତ୍ ଉନ୍ନୟନ ମୂଳକ କାର୍ଯ୍ୟ ର ଚିଠି ର ନକଲ ପ୍ରଦାନ, ପଞ୍ଚାୟତ ରେ ସମିତି ସଭ୍ୟ ଙ୍କ ପାଇଁ ସ୍ଵତନ୍ତ୍ର କକ୍ଷ, ସଭ୍ୟ ମାନଙ୍କୁ ମାସିକ ପନ୍ଦର ହଜାର ଟଙ୍କା ପ୍ରଦାନ କରିବା ଆଦି ଦାବୀ ଅନ୍ତର୍ଭୁକ୍ତ l ଏହି ବୈଠକ ରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଶତାଧିକ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *