#Breaking News

ଅଂଶୁପା ଠାରେ (ATBN)ଏଟିବିଏନ ଓକିଲସଙ୍ଘ ର ୨୭ ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ,ଏଟିବିଏନ ରତ୍ନ ପାଇଲେ ମୃତୁଞ୍ଜୟ ମହାପାତ୍ର

ଆଠଗଡ( ଉଲାପ୍ର)ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଅଂଶୁପା ଠାରେ ଏଟିଵିଏନ ଓକିଲ ସଂଘର ୨୭ ତମ ବାର୍ଷିକ ଅଧିଵେଶନ ସଂଘର ସଭାପତି ବରିଷ୍ଠ ଆଇନଜୀବୀ ଫଣିଭୂଷଣ ରଥ ଙ୍କ ସଭାପତିତ୍ବରେ ଅଂଶୁପା ହ୍ରଦ କୂଳରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ପ୍ରଭୂ ଜଗନ୍ନାଥ ଙ୍କ ଫଟୋଚିତ୍ର ରେ ସଭାପତି ପ୍ରଦୀପ ପ୍ରଜ୍ଜଳନ କରି ବୈଠକ ର ଶୁଭାରମ୍ଭ କରିଥିଲେ।ଅତିଥି ପରିଚୟ ପ୍ରଦାନ କରିଥିଲେ ଆଇନଜୀବୀ ଜଗଦାନନ୍ଦ ତ୍ରୀପାଠୀ।ପରେ ଵିଗତ ଦିନରେ ପରଲୋକ ଗମନ କରିଥିବା ସଂଘର ସଦସ୍ୟ, ଓକିଲ ଓ ନିକଟରେ ହେଲିକପ୍ଟର ଦୂର୍ଘଟଣାରେ ଶହୀଦ ହୋଇଥିବା ତିନି ଵାହିନୀର ସର୍ଵୋଚ ସେନାପତି ଵିପିନ ରାୱତ ଓ ଅନ୍ୟ ଵାରଜଣ ଶହୀଦଙ୍କ ଅମର ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ପରେ ସଙ୍ଗୀତକାର ଭାନିଆ ସାହାଣୀଙ୍କ ନିର୍ଦେଶନାରେ ବନ୍ଦେ ଉତ୍କଳ ଜନନୀ ଗାନ କରିଵାପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସି

ଲାଲ,ମାନ୍ୟବର ଖାଦ୍ୟ, ଯୋଗାଣ, ଖାଉଟି କଲ୍ୟାଣ ମନ୍ତ୍ରୀ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ରପ୍ରତାପ ସ୍ୱାଇଁ ଅଧିବେଶନ ର ସଫଳତା କାମନା କରି ପଠାଇଥିବା ଶୁଭେଛା ବାର୍ତା ପାଠ କରାଯାଇଥିଲା। ସଂପାଦକ ଆଇନଜୀବୀ ନଗେନ୍ଦ୍ର ରଥ ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି ଅଧିଵେଶନରେ ଏଟିଵିଏନ ର ଉପସଭାପତି ଜ୍ଞାନେନ୍ଦ୍ର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଆଡ଼ଭୋକେଟ ଵିଷ୍ଣୁପ୍ରସାଦ ଦାସ,ବରିଷ୍ଠ ସଭ୍ୟ ଆଇନଜୀବୀ ଶ୍ରୀନାଥ ରଥ,ତିଗିରିଆ ଓକିଲ ସଂଘ ର ସଭ୍ୟ ତଥା ଏଟିଵିଏନ ଆବାହକ ଆଇନଜୀବୀ ସୁବାଷ ସାହୂ, ବଡାମ୍ବା ଓକିଲ ସଙ୍ଘ ର ସଭାପତି ଆଇନଜୀବୀ ସଂନ୍ତୋଷ ବେହେରା ଓ ନରସିଂହପୁର ଓକିଲ ସଂଘର ସଭାପତି ଆଇନଜୀବୀ ନିର୍ମଳେନ୍ଦୁ ମିଶ୍ର ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ।ଆଇନଜୀବୀ ଜଗଦାନନ୍ଦ ତ୍ରିପାଠୀ ଅଧିବେଶନ ରେ

ସଂଯୋଜନା କରିଥିବା ବେଳେ ଆଇନଜୀବୀ ପ୍ରକାଶକୁମାର ସେଠି ସହାୟତା କରିଥିଲେ।ଏହି ଅଧିବେଶନ ରେ ଆଠଗଡ଼, ତିଗିରିଆ, ବଡାମ୍ବା, ନରସିଂହପୁର, କଟକ ଓ ଭୁବନେଶ୍ୱର ଓକିଲ ସଙ୍ଘ ର ଦୁଇଶହ ରୁ ଉର୍ଦ୍ଧ୍ବ ଓକିଲ ଯୋଗଦାନ କରିଥିଲେ,୨୭ ତମ ଅଧିବେଶନ ଅବସରରେ ଭୁବନେଶ୍ୱର ର ବରିଷ୍ଠ ଆଇନଜୀବୀ ମୃତୁଞ୍ଜୟ ମହାପାତ୍ର ଙ୍କୁ ଏଟିବିଏନ ରତ୍ନ ପ୍ରଦାନ କରାଯାଇଥିବା ବେଳେ କିଛି ଓକିଲ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସଭାରେ ଆଇନଜୀବୀ ପ୍ରଭାତ ରଞ୍ଜନ ବଳିଆର ସିଂ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a comment

Your email address will not be published. Required fields are marked *