#Breaking News #Uncategorized

କରନା ସଂକ୍ରମଣ ରୋକିବାକୁ କଣ୍ଟେନ ମେଣ୍ଟ ଘୋଷଣା


ଫୁଲବାଣୀ -ସୁନୀଲ ପଟନାୟକ ) ସାରା ଦେଶରେ କରନା ମହାମାରୀ ର ଦ୍ୱିତୀୟ ଲହର କାୟl ବିସ୍ତାର କରୁଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ ଏ ସି ର ତିନିଟି ୱାର୍ଡ 5 6 7ରେ ମଧ୍ୟ ଦୃତ ସଂକ୍ରମଣ ଦେଖିବାକୁ ମିଳିଛି l କରୋନା ଚେନ୍ ଭାଙ୍ଗିବା ପାଇଁ ବାଲିଗୁଡ଼ା ଏନ୍ ଏ ସି ଅଞ୍ଚଳ ରେ ସପ୍ତାହନ୍ତ ସଟ ଡାଉନ୍ ଓ ଲକ୍ ଡାଉନ୍ ଘୋଷଣା କରାଯାଇଛି ଏହା ସତ୍ତ୍ବେ କିଛି ଅମାନିଆ ବିନା କାମରେ ବଜାର ରେ ବୁଲୁଛନ୍ତି ପୋଲିସ୍ ପ୍ରଶାସନ ପକ୍ଷରୁ ଜନ ସଚେତନତା ସୃଷ୍ଟି କରାଯାଇଛି ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଅମାନିଆ ଦୋକାନୀ ଙ୍କ ଦୋକାନ ସିଲ୍ କରାଯାଉଛି ଓ ଅମାନିଆ ବାଇକ୍ ଆରୋହୀଙ୍କ ଠାରୁ ଫାଇନ ଆଦାୟ କରାଯାଉଛି l ବାଲିଗୁଡ଼ା ନୂଆସାହି ରେ ତିନୋଟି ୱାର୍ଡ ରେ କରୋନା ସଂକ୍ରମଣ ବୃଢ଼ିପାଉଥିବାରୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ନୂଆସାହି ହରିଜନ ସାହି ଆମ୍ବସାହି ପିପ୍ପଳ ସାହି ଓ ବଡ ସାହିକୁ କଣ୍ଟେଣ୍ଟ ମେଣ୍ଟ ଘୋଷଣା କରାଯାଇଛି l ସାହିର ସମସ୍ତ ପ୍ରବେଶ ପଥ କୁ ସିଲ୍ କରାଯାଇଛି ଏବଂ ପ୍ରଶାସନ ପକ୍ଷରୁ ନିଷିଦ୍ଧ ଅଞ୍ଚଳ ବୋର୍ଡ ଲଗାଯାଇଛି l ସାହି ଭିତର କୁ ଅନ୍ୟ କୌଣସି ବ୍ୟକ୍ତି ପ୍ରବେଶ ପାଇଁ ବାରଣ କରାଯାଇଥିବା ଜଣା ପଡ଼ିଛି l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *