#Breaking News

ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ଆରକ୍ଷୀ ଘେରାଉ ଓ ଦାବୀପତ୍ର ପ୍ରଦାନ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍‌ର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ପ୍ରଦେଶ କଂଗ୍ରେସ୍ କମିଟିର ନିର୍ଦ୍ଦେଶକ୍ରମେ ଭୁବନେଶ୍ବରସ୍ଥିତ କଂଗ୍ରେସ୍ ଭବନରେ ପୋଲିସ୍‌ର ବେଆଇନ୍ ପ୍ରବେଶ ଓ ଛାତ୍ର କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ଏକ ପ୍ରତିବାଦ ସଭା କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଜିଲ୍ଲାର ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ , ଏ.ଆଇ.ସି.ସି ସଭ୍ୟା ସୁବାଶିନୀ ମହାକୁଡ , ସମ୍ସିଦା ତାୟବ , ମହିଳା କଂଗ୍ରେସ ସଭାନେତ୍ରୀ ମମତାଞ୍ଜଳି ବେହେରା , ଯୁବ କଂଗ୍ରେସ ସଭାପତି ଜ୍ୟୋତିର୍ମୟୀ ପାଲ୍ , ଛାତ୍ର କଂଗ୍ରେସ୍ ସଭାପତି ଶୁଭମ୍ ଦାସ , ଜିଲ୍ଲା କିଶାନ ସେଲ୍ ଅଧ୍ୟକ୍ଷ ବିପ୍ଳବର ସାହୁ , ଜିଲ୍ଲା ମୁଖପାତ୍ର ପ୍ରେମ ଶଙ୍କର ମିଶ୍ର , ଟାଉନ୍ ସଭାପତି ହାଇଦର୍‌ ମହମ୍ମଦ , ଜିଲ୍ଲା କଂଗ୍ରେସ୍ ଉପସଭାପତି ଗୋପାଳ ସାହୁ , ପ୍ରକାଶ କୁଅଁର , ଜିଲ୍ଲା କଂଗ୍ରେସ ସଂପାଦକ ଅମର ସେନାପତି , ମହମ୍ମଦ ସମୀର , ଶିଳ୍ପୀଶ୍ରୀ ହରିଚନ୍ଦନ , ହିନ୍ଦୋଳ ବ୍ଲକ୍‌ କଂଗ୍ରେସ୍ ସଭାପତି ଛବିରାଜ ବିଶ୍ବାଳ , ଜିଲ୍ଲା ଆଇନ୍ ସେଲ୍ ଅଧ୍ୟକ୍ଷ ଅମ୍ଳାନ ଖଟୁଆ , ବରିଷ୍ଠ କଂଗ୍ରେସ ନେତା ସୁନିଲ୍ ଦାସ , ନିର୍ମଳ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୋଲିସ୍‌ର ଏତାଦୃଶ କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ଜଣାଇଥିଲେ ।

Leave a comment

Your email address will not be published. Required fields are marked *