#Uncategorized

କନ୍ଧମାଳ ଜିଲ୍ଲା କ. ନୁଆଁ ଗାରେ ଅଜଣା ରୋଗରେ ୧୦ରୁ ଉର୍ଦ୍ଧ ଆକ୍ରାନ୍ତ

ଲୋକେ ଭୟଭୀତ
ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲାକ.ନୂଆଁ ଗା ବ୍ଲକ ଅନ୍ତର୍ଗତ କଜାଂମେଶ୍ଵିପଞ୍ଚାୟତରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦଶରୁ ଉର୍ଦ୍ଧ୍ଵ ଲୋକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଛନ୍ତି । ଫଳରେ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି ।
ପ୍ରଥମେ ଜ୍ଵର, ଝାଡ଼ା ହେଉଛି। ପରେ ମୁଣ୍ଡ ବ୍ୟଥା ହେଉଛି। ପେଟ ବି କାଟୁଛି କୁ ଆଡେ ।
ଲୋକେ ଦୃଷିତ ପାଣି ବ୍ୟବହାର କରୁଥିବା ଯୋଗୁଁ ହୁଏ ତ ଏଭଳି ଅସୁସ୍ଥ ଅନୁଭବ କରୁଥିବେ ବୋଲି ଗ୍ରାମବାସୀ ଭାବୁଛନ୍ତି ।
ଏବେ ଖରା ଦିନ ହୋଇଥିବାରୁ ଗ୍ରାମରେ ପାନୀୟ ଜଳର ସଙ୍କଟ ଦେଖାଦେଇଛି।। ଫଳରେ ଲୋକେ ନଦୀ ନାଳ ଓ ଚୁଆରୁ
ଦୁଷିତ ପାଣି ବ୍ୟବହାର କରୁଛନ୍ତି ।
ତେଣୁ ପାଣି ଯୋଗୁଁ ହେଉଥିବ ବୋଲି ଲୋକେ ସନ୍ଦେହ କରୁଛନ୍ତି । ତେବେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି ।
କନୁଆଁ ଗାପିଏଚସି ର ମେଡିକାଲ ଅଫିସରଙ୍କୁ ପଚାରିବାରେ ସେ ଏନେଇ ଅବଗତ ଥିବା କହିବା ସହ ଏହାର ତଦନ୍ତ କରାଯାଉଥିବା କହିଛନ୍ତି । ଏନେଇ ସେ ଜିଲ୍ଲା ମୁଖ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆ କର୍ଷଣ କରିଥିବା ବୋଲି କହିଛନ୍ତି। ସଂପୃକ୍ତ ଗ୍ରାମକୁ ଏକ ମେଡିକାଲ ଟିମ ଯାଇ ଯାଞ୍ଚ କରିବେ ବୋଲି ମଧ୍ୟ କହିଛନ୍ତି ।
ଏଥି ପତି ପ୍ରଶାସନ ଦୃଷ୍ଟିଦେବାକୁ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *