#Breaking News #Uncategorized

ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ଟଙ୍କା ହଡପ ଅଭିଯୋଗ, ଘରୋଇକଲେଜ କ ତୃପକ୍ଷଙ୍କ ନାଁ ରେ ଏତଲା


ଫୁଲ ବାଣୀ- (ସୁନୀଲ ପଟନାୟକ)
ନିରି ହଗରୀବ ଆଦିବାସୀ ଛାତ୍ରଛାତ୍ରୀଙ୍କ ନାଁରେ କୁ ଆଡେଜାଲ ଆକାଉଣ୍ଟମାନ ଖୋଲି କଲେଜ କ ତୃପକ୍ଷ ସେମାନଙ୍କ ଷ୍ଟାଇପେଣ୍ଡ ଟଙ୍କା ଆତ୍ମସାତ କରିବା ଅଭିଯୋଗ ହୋଇଛି । ସେହିପରି ସେମାନଙ୍କ ଏକାଡେମିକ ସାର୍ଟିଫିକେଟଗୁଡିକ ମଧ୍ୟ କଲେଜ କତୃପକ୍ଷ ବନ୍ଧକ ରଖିଥିବା ମଧ୍ଯ ଅଭିଯୋଗ କରିଛନ୍ତି ଏହି କଲେଜର ଛାତ୍ରଛାତ୍ରୀ। ଏନେଇ ସେମାନେ ଦାରିଙ୍ଗବାଡିଥାନାରେ ମଧ୍ୟ ଅଭିଯୋ କରିଛନ୍ତି । ପୋଲିସ ଅଭିଯୋଗ ପାଇବାପରେ ମାମଲା ରୁଜ୍ଜୁ କରି ଘଟଣାର ଛାନବିନ ଆରମ୍ଭ କରିଛି ।
ଏ ଭଳି ସଙ୍ଗିନ ଅଭିଯୋଗ ଆସିଛିକନ୍ଧମାଳ ଜିଲ୍ଲା ଦ।ରିଙ୍ଗବାଡିରେ ଥିବା ପ୍ରମିଳା ଦେବୀ ଘରୋଇ ମହାବିଦ୍ୟାଳୟ ନାମରେ। ଜାଲଆକାଉଣ୍ଟ ଖୋଲି ନିରିହ ଆଦିବାସୀ ପିଲାଙ୍କଠାରୁ ଦୀର୍ଘଦିନ ହେଲାଣି ଷ୍ଟାଇପେଣ୍ଡ ଟଙ୍କା ଲୁଟି ଚାଲିଛନ୍ତି କଲେଜ କତୃପକ୍ଷ। ଛାତ୍ରଛାତ୍ରୀ ମାନେ ଷ୍ଟ। ଇପେଣ୍ଡ ଟଙ୍କା କଥା ପଚାରିଲେ ଓ ଲଟା ଧମକ ଦେଉଛନ୍ତି କୁ ଆଡେ କତୃପକ୍ଷ। ସାଗର ପ୍ରଧାନ ନାମକ ଜଣେ ଛାତ୍ରଙ୍କ ନାମରେ ସ୍ଥାନୀୟ ଗ୍ରାମ୍ୟ ବ୍ୟ।ଙ୍କ ରେ ଜାଲ ଏକାଉଣ୍ଟ ଖୋଲି ଟଙ୍କା ହଡପ କରିବାକୁ ବସିଥିଲେ କଲେଜ କତୃପକ୍ଷ। ଏହା ଜାଣିବାପରେ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । କଲେଜ କତୃପକ୍ଷ ଆଡମିଶନ ଫି ଟିଉସନ ଫି ବାବଦ, ଷ୍ଟାଇପେଣ୍ଡ ଟଙ୍କା ସବୁ ନେବାପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସାଟିଫିକେଟ ଦେବା ଲାଗି ପୁଣି ମୋଟା ଅଙ୍କର ଅର୍ଥ ଦାବୀ କରୁଥିବା କଥା ଛାତ୍ରଛାତ୍ରୀ ଅର୍ଭିଯୋଗ କରିଛନ୍ତି । ମାଗିଲେ ମଧ୍ୟ ଦେଉନାହାଁନ୍ତି। କାହାକୁ ୧୦ ହଜାର ତ ଆଉ କାହାକୁ ୨୦ହଜାର ଟଙ୍କା ମାଗୁଛନ୍ତି। ଗରୀବ ପିଲାମାନେ ଏତେ ଟଙ୍କା ଆଣିବେ କେଉଁଠୁ ବୋଲି କହୁଛନ୍ତି । ଫଳରେ ଛାତ୍ରଛାତ୍ରୀମାନେ ବାଧ୍ଯ ହୋଇ ନ୍ୟାୟ ଦାବୀ କରି ଦାରିଙ୍ଗବାଡ଼ିଥାନାରେ ମାଲିକ କିର୍ତ୍ତୀ ଚନ୍ଦ୍ର ସାହୁଙ୍କ ନାମରେ ଏତଲା ଦେଇଛନ୍ତି । ପୋଲିସ ସାହୁଙ୍କ ନାମରେ ଧ।ରା ୪୨୦,୪୦୬, ୪୬୮,ଓ ୪୭୧ରେ ମାମଲା ରୁଜ୍ଜ କରିଛି। ଏନେଇ କଲେଜ କତୃପକ୍ଷ କିର୍ତ୍ତି ଚନ୍ଦ୍ର ସାହୁଙ୍କ ମତାମତ ନେବା ଲାଗି ଚେଷ୍ଟା କରାଯାଇଥିଲେ ମଧ୍ୟ ମିଳିନଥିଲା।
ତେବେ ଛାତ୍ରଛାତ୍ରୀମାନେ ସେମାନଙ୍କ ଉପରେ ଥିବା ବକେୟା ଟଙ୍କା ଦାଖଲ କଲେ ସାଟିଫିକେଟ ଦେବାରେ କିଛି ଅସୁବିଧା ନ ଥିବା କଥା କଲେଜର କର୍ମଚାରୀ ଜଣେ କହିଛନ୍ତି । 6ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ଠୋସ ପଦକ୍ଷେପ ନେବା ଜରୁରୀ। ଅନ୍ୟଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେବ ଏଥିରେ ସନ୍ଦେହ ନାହିଁ।

Leave a comment

Your email address will not be published. Required fields are marked *