#Exclusive

ପଶ୍ଚିମ ଓଡିଶା ବନ୍ଦ ପାଇଁ ରେଳ ଚଳାଚଳ ବ୍ୟାହତ, ଆନ୍ଦୋଳନକାରୀ ଓ ରେଳ ଯାତ୍ରୀ ମୁହାଁମୁହିଁ

ସମ୍ବଲପୁର : ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବୀକୁ ନେଇ ଆହୁତ ପଶ୍ଚିମ ଓଡିଶା ବନ୍ଦ ପାଇଁ ବୁଧବାର ଦିନ ସମ୍ବଲପୁର ରେଳ ମଣ୍ଡଳରେ ରେଳ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି। ଏହି କ୍ରମରେ ସମ୍ବଲପୁର (କ୍ଷେତରାଜପୁର) ଓ ସିଟି ରେଳ ଷ୍ଟେସନରେ ଯଥାକ୍ରମେ ସକାଳ ୬ଟା ଓ ୭ଟାରୁ ଆନ୍ଦୋଳନକାରୀ ମାନେ ପହଞ୍ଚି ରେଳ ଯାତାୟାତକୁ ରୋକି ଦେଇଥିଲେ। ପ୍ରାପ୍ତସୂଚନାନୁଯାୟୀ, ଟ୍ରେନ ନଂ ୧୮୩୦୩ – ୧୮୩୦୪ ସମ୍ବଲପୁର – ପୁରୀ – ସମ୍ବଲପୁର ଇନ୍ଟର ସିଟି ଏକ୍ସପ୍ରେସକୁ ବୁଧବାର ପାଇଁ ଉଭୟ ପଟରୁ ବାତିଲ କରାଯାଇଛି। ଏହା ସହିତ ଆନ୍ଦୋଳନ ପାଇଁ କ୍ଷେତରାଜପୁର ଷ୍ଟେସନରେ ସମ୍ବଲପୁର – ପୁରୀ – ସମ୍ବଲପୁର ଇନ୍ଟରସିଟି, ଟ୍ରେନ ନଂ ୧୮୩୦୯ ସମ୍ବଲପୁର – ଜାମ୍ମୁ ତାୱି ଏକ୍ସପ୍ରେସ ଓ ଟ୍ରେନ ନଂ ୧୮୬୩୮ ବାଙ୍ଗାଲୁରୁ – ହାଟିଆ ଏକ୍ସପ୍ରେସ ସମେତ ଏକ ମାଲବାହୀ ଟ୍ରେନ ଅଟକି ରହିଥିଲା। ସିଟି ଷ୍ଟେସନରେ ଟ୍ରେନ ନଂ ୨୨୮୩୯ ରାଉରକେଲା – ଭୁବନେଶ୍ୱର ଇନ୍ଟରସିଟି ଅଟକି ରହିଥିଲା। ସେହିଭଳି ଟ୍ରେନ ୧୨୮୭୨ ଟିଟିଲାଗଡ – ହାୱାଡା ଇସ୍ପାତ ଏକ୍ସପ୍ରେସ ହୀରାକୁଦ ଷ୍ଟେସନ, ଟ୍ରେନ ନଂ ୨୨୮୨୮ ସୁରତ – ପୁରୀ ଏକ୍ସପ୍ରେସ ବରଗଡ ରୋଡ ଷ୍ଟେସନ, ଟ୍ରେନ ନଂ ୧୮୦୦୫ ହାୱଡା – ଜଗଦଲପୁର ଏକ୍ସପ୍ରେସ ଝାରସୁଗୁଡା ଷ୍ଟେସନ, ଟ୍ରେନ ନଂ ୧୨୮୯୩ ଭୁବନେଶ୍ୱର – ବଲାଙ୍ଗୀର ଇନ୍ଟରସିଟି ଏକ୍ସପ୍ରେସ ଅନୁଗୁଳ ଷ୍ଟେସନ ଓ ଟ୍ରେନ ନଂ ୧୪୭୧୦ ପୁରୀ – ବିକାନେର ଏକ୍ସପ୍ରେସ ଅନୁଗୁଳ ଷ୍ଟେସନରେ ଅଟକି ରହିଥିଲା।

Leave a comment

Your email address will not be published. Required fields are marked *