#Breaking News #District

ବୃଦ୍ଧାଙ୍କ ଅନ୍ନପୂର୍ଣା ଯୋଜନା ଚାଉଳ କାଟିଦେଲl ପ୍ରଶାସନ, ଭିକ ମାଗି ଚଳୁଛନ୍ତି ଭାଗ୍ୟନ୍ତି


ଫୁଲବାଣୀ (ସୁନୀଲ ପଟନାୟକ)
ରାଜ୍ୟରେ ଅନାହାର ଜନିତ ଯେପରି କାହାରି ମୃତ୍ୟୁ ନ ହୁଏ ସେଥିପାଇଁ ସରକାର ଗରିବ ଗୁରୁବା ଙ୍କ ପାଇଁ ଅନ୍ନପୂର୍ଣ୍ଣା ଅନ୍ନ ଯୋଜନା ରେ ଦଶ କେଜି ଚାଉଳ ପ୍ରଦାନ କରୁଥିଲେ ଆଉ ସେହି ଯୋଜନା ରେ ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ଵର ପଞ୍ଚାୟତ ର ଲେଣ୍ଡ୍ରି କିଆ ଗ୍ରାମର ଭାଗ୍ୟ ନ୍ତି ଦିଗାଲ ନାମକ ଜଣେ ବୃଦ୍ଧା ଙ୍କୁ ଅନ୍ନପୂର୍ଣ୍ଣା ଯୋଜନା ରେ ସାମିଲ କରାଯାଇ ଚାଉଳ ଯୋଗାଇ ଦେଉଥିଲେ l ତେବେ ବ୍ଲକ ପ୍ରଶାସନ ଯୋଜନା ରୁ ବାଦ୍ ଦେଇ ତାଙ୍କ ନାଁ କାଟି ଦେବା ଫଳରେ ସେ ଏବେ ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ ପାଇଁ ଏବେ ବୁଲି ବୁଲି ଭିକ ମାଗି ଚଳୁ ଥିବା ଦେଖିବାକୁ ମିଳିଛି l ତେବେ ଏ ନେଇ ବ୍ଲକ ର ମାର୍କେଟିଂ ଅଧିକାରୀ ଙ୍କୁ ପଚାରିବା ପରେ ସେ ନ ମାସ ହେଲା ବନ୍ଦ ଥିବା କଥା କହିଥିଲେ l
ତାଙ୍କୁ ପ୍ରଶାସନ ପକ୍ଷରୁ ଅନ୍ତ୍ୟୋଦୟ ଅନ୍ନ ଯୋଜନା ରେ ସାମିଲ କରିବାକୁ
ଗ୍ରାମବାସୀ ଦାବି କରିଛନ୍ତି l

Leave a comment

Your email address will not be published. Required fields are marked *