#Breaking News #District

ଯୁବକ ଙ୍କ ଗଳା କାଟି ନୃଶଂସ ହତ୍ୟା କଲେ ଦୁର୍ବୃତ୍ତ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀ ଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗଡ଼ମାହା ଗ୍ରାମର ମହେଶ୍ବର ମାଝୀ ( 50ବର୍ଷ ) ଙ୍କୁ ରବିବାର ରାତ୍ରରେ ଏକ ଧାରୁଆ ଛୁରୀ ଦ୍ବାରା ଦୁର୍ବୃତ୍ତ ଗଳା କାଟି ନୃଶଂସ ଭାବେ ହତ୍ୟା କରିଛନ୍ତି । କାରଣ ଏ ପର୍ଯ୍ୟନ୍ତ ଅସୃଷ୍ଟ ରହିଛି । ଘଟଣା ସ୍ଥଳରେ ବ୍ରାହ୍ମଣୀଗାଁ ଥାନା ଆଇଆଇସି ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରାଯାଇଛି । ମହେଶ୍ବର ରବିବାର ସନ୍ଧ୍ୟା ରେ ନିଜ ସ୍ତ୍ରୀ ଙ୍କୁ କାମରେ ସାହାଯ୍ୟ କରିବା ପରେ ରାତ୍ର ସମୟରେ ଏକ ବିଲ ପାଖରେ ରହିଥ‌ିବା ଚୁଆଁ ପାଖକୁ ଶୌଚ କରିବା ଉଦ୍ଦେଶ୍ୟରେ ଯାଇଥିଲେ କିନ୍ତୁ ସେଠାରୁ ସେ ଫେରି ନଥିଲେ । ଘରକୁ ଆସିବାରେ ବିଳମ୍ବ ହେବାରୁ ଘର ଲୋକ ବହୁ ଖୋଜା ଖୋଜି କରିବା ସମୟରେ ଏକ ବିଲ ପାଖ ବୁଦା ନିକଟରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ମୃତ ଦେହକୁ ଠାବ କରି ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ରାହ୍ମଣୀଗାଁ ଥାନାକୁ ଜଣାଇଥିଲେ l ଖବର ପାଇଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଓ ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧି ଏକ ଟିମ ଗଠନ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ବ୍ରାହ୍ମଣୀଗାଁ ଥାନା କେସ ନଂ-୭୮/୨୩ରେ ଏକ ମକଦମା ରୁଜୁକରି ତଦନ୍ତ ଅବ୍ୟାହତ ଥିବା ଜଣାପଡିଛି ।

Leave a comment

Your email address will not be published. Required fields are marked *