#Breaking News #District

ଡି ଏଲ ଏସ ଏ ପକ୍ଷରୁ ସପ୍ତାହେ ବ୍ୟାପୀ ଭିନ୍ନକ୍ଷମ ସଚେତନ ଶିବିର


ଫୁଲବାଣୀ (ସୁନୀଲ ପଟନାୟକ )
ସେମାନେ ଭିନ୍ନକ୍ଷମ lହେଲେ ସେମାନେ ସବୁ କ୍ଷେତ୍ରରେ ଯେପରି ସକ୍ଷମ ହୋଇ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେଇପାରିବେ ଆଉ ସରକାରଙ୍କ ଯୋଜନା ର ସୁଫଳ ଯେପରି ସେମାନଙ୍କ ନିକଟରେ ପହଂଚିବ ସେନେଇ ଡିଏଲ ଏସ ଏ ପକ୍ଷରୁ ସପ୍ତାହେ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l
ସୋମବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତସଚେତନ ସଭାରେ ଫୁଲବାଣୀବିଡ଼ିଓ ପ୍ରବୀଣ କୁମାର ବା ଣୁଆ, ଡି ଏସ ଏସ ଓ ବଳରାମ ସେଠି, ମୁନିସିପାଲିଟି ସି ଓ ସରିତା ରଥ, ସି ଡିପିଓ ଫୁଲବାଣୀ ସୁବର୍ଣ ରାଣୀ ନାୟକ, ଭବାନୀ ଶଙ୍କର ରଥ, ଆଇନଜୀବୀ ନନ୍ଦିତା ପଣ୍ଡା, ଜୟନ୍ତୀ ପାଣିଗ୍ରାହୀ, ଉଷାରାଣି ପ୍ରଧାନ, ବିଏସ ଏସଓ, କବିତା ବେହେରା, ସପ୍ଲାଇ ଇନ୍ସପେକ୍ଟର, ରବିନ୍ଦ୍ରପଣ୍ଡା, ସହ ସମ୍ପାଦକ ବନବାସୀ ସେବା ସମିତି, ସ୍ବେଛସେବୀ ଅଶୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ ବହୁ ପଦସ୍ତ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ପ୍ରମୁଖ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *