#Breaking News

ବିପ୍ର ପ୍ରଧାନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ, ସାରଙ୍ଗଡ଼ ଚମ୍ପିୟାନ୍

ଫୁଲବାଣୀ (ସୁନୀଲ ପଟନାୟକ )- କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସିର୍ତ୍ତୀଗୁଡ଼ା ପଞ୍ଚାୟତ ଗୁଞ୍ଜିଗାଁ ଖେଳ ପଡ଼ିଆ ଠାରେ 10 ଦିନ ଚାଲିଥିବା ପ୍ରଥମ ବାର୍ଷିକ ସ୍ୱର୍ଗତ ବିପ୍ର ପ୍ରଧାନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି l ଶୁକ୍ରବାର ଅନୁଷ୍ଠିତ ସାରଙ୍ଗଡ଼ ଓ ଜୁରୁକୁ ପଡ଼ା ଫୁଟୁବଲ ଟିମ୍ ମଧ୍ୟରେଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ସାରଙ୍ଗଡ଼ ଚାରୋଟି ଗୋଲ୍ ଦେଇ ଫାଇନାଲ ମ୍ୟାଚରେ ବିଜୟ ହାସଲ କରିଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଭଦ୍ରା ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟl ବିମଳା ଦିଗାଲ, ସିର୍ତ୍ତୀଗୁଡ଼ା ସରପଞ୍ଚ ବନମାଳୀ ପ୍ରଧାନ, ବରିଷ୍ଠ ଆଇନଜୀବୀ କ୍ଷମl ସାଗର ପ୍ରଧାନ, ବିଜେପି ମଣ୍ଡଳ ସଭାପତି ଲlମ୍ବୁରା ପ୍ରଧାନ, ଜିଲ୍ଲା ଏସ ଟି ମୋର୍ଚା ସଭାପତି ବିଶିକଶନ ପ୍ରଧାନ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଗୋପିନାଥ ଦଳବେହେରା,ଭାଗ୍ୟବାନ ବେହେରା, ହରି ବେହେରା, କୃତିବାସ ମଲିକ,ସନାତନ ପ୍ରଧାନ ଯୋଗଦେଇ l ଚାମ୍ପିଆନ୍ ଦଳକୁ 7 ହଜlର ଟଙ୍କା ସହିତ ଟ୍ରଫି ଓ ରନର ଦଳକୁ 5 ହଜାର ଟଙ୍କା ପ୍ରଦାନ କରିଛନ୍ତି l ଖେଳ ପରିଚାଲନାରେ ନେତାଜୀ ଯୁବକ ସଙ୍ଘ ଗୁଞ୍ଜିଗାଁ,ସଭାପତିହରେକୃଷ୍ଣ ମଲ୍ଲିକ,ସକ୍ରେଟାରୀ ଚିତ୍ତରଞ୍ଜନ ପ୍ରଧାନ ,ଉଦ୍ଧବ ଦିଗାଲ ,ଜ୍ୟୋତିରଞ୍ଜନ, ରାଜୁ,କଳାମଣି,ସୁନୀଲ, ପ୍ରମୁଖ ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *