#Vastu & Astrology

☀☀☀ଆଜିର ରାଶିଫଳ☀☀☀

*🌷💐🌹
ଅଦ୍ୟ ମାର୍ଚ୍ଚ ୦୪ ତାରିଖ ୨୦୨୦ମସିହା(ବୁଧବାର)
ଶକାବ୍ଦ -୧୯୪୧
ସମ୍ବତ -୨୦୭୬
ସାଲ-୧୪୨୭
ସମ୍ବତ୍ସର -ପ୍ରମାଥୀ
ଫାଲଗୁନ -ଶୁକ୍ଳପକ୍ଷ
ତିଥି -ନବମୀ ଦିବା ଘ୦୧/୫୮ ପର୍ଯ୍ୟନ୍ତ ଦଶମୀ ନକ୍ଷତ୍ର-ମୃଗଶିରା ଦିବା ଘ୧୨/୦୧ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା ଚନ୍ଦ୍ର- ମିଥୁନ
ଯୋଗ-ପ୍ରୀତି
କରଣ-କୌଳବ
ସୂର୍ଯ୍ୟ -କୁମ୍ଭ ୨୧ ଦିନ


ସୁର୍ୟୋଦୟ -ପ୍ରାତଃ ଘ୦୬/୦୭/୨୬

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୧୪

ଯୋଗିନୀ ପୂର୍ବେ ଦିବା ଘ୦୧/୫୮ ଗତେ ଉତ୍ତରେ
କନ୍ୟା ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର

ଅଦ୍ୟ ନବମୀର ଏକୋଦିଷ୍ଠ ଓ ଦଶମୀର ପାର୍ବଣ ଶ୍ରାଦ୍ଧ

କାଳବେଳା -ଦିବା ଘ୦୯/୦୨ଗତେ ଘ୧୦/୩୨ମଧ୍ୟେ
ବାରବେଳା- ଦିବା ଘ୧୧/୫୫ଗତେ ଘ୦୧/୨୭ମଧ୍ୟେ


ଅମୃତବେଳା- ଦିବା ଘ୦୭/୪୦ମଧ୍ୟେ ଓ ଘ୧୦/୩୨ଗତେ ଘ୧୧/୩୫ମଧ୍ୟେ
ମାହେନ୍ଦ୍ରବେଳା- ଦିବା ଘ୦୭/୩୦ମଧ୍ୟେ ଓ ଘ୦୪/୨୩ଗତେ ଘ୦୫/୫୦ମଧ୍ୟେ


ଅଦ୍ୟ ଲାଉ ଦିବା ଘ୦୧/୫୯ ଗତେ କଳମଶାଗ ଭକ୍ଷଣ ନିଷେଧ



———————-
🌹👉ମେଷ
ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ।

🌹👉ବୃଷ
ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହେବାର ସମ୍ଭାବନା ରହିଛି ।ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମକରି ବିଜୟହେବେ। ଦୃଢ଼ତାର ସହ ପାରିବାରିକ ଶୃଙ୍ଖଳା ରକ୍ଷାକରି ସମାଲୋଚିତ ହୋଇ ପାରନ୍ତି। ମାଲିମକଦ୍ଦମା ଓ ବିବାଦ ସମାଧାନ ହୋଇଯିବ।

🌹👉ମିଥୁନ
ଆଜି ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ଆବଶ୍ୟକ ସମୟରେ ପାଖରେ ନ ଥିବା ଜିନିଷଟି ପାଇଁ ବିବାଦ ବଢ଼ିପାରନ୍ତି।ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ ପୂର୍ବ ଯୋଜନା ମୁତାବକ କର୍ମରେ ନିଯୁକ୍ତ ହେବେ। ପାରିବାରିକ କ୍ଷେତ୍ରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି।

🌹👉କର୍କଟ
ଆଜି ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।କର୍ମକ୍ଷେତ୍ରରେ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ନୂତନ କର୍ମାରମ୍ଭ ସମସ୍ତଙ୍କ ସହଯୋଗ ଭିତ୍ତିରେ ପ୍ରୀତିପଦ ହେବ। ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରିବେ।

🌹👉ସିଂହ
ଆଜି ଦିନରେ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ *ହୋଇପାରନ୍ତି।ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ।
ଆଜିର ଆନୁଷ୍ଠାନିକ କାମରେ ଉପକୃତ ହୋଇପାରନ୍ତି।

🌹👉କନ୍ୟା
ବାରମ୍ବାର କାନକୁହା କଥା ଶୁଣି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯାଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ।ଖର୍ଚ୍ଚାଧିକ କାରଣରୁ ମନସ୍ତାପ ହୋଇପାରେ। ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।

🌹👉ତୁଳା
ଆଜି ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ। ହାତକୁ ନେଇଥିବା ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ।
ବିଗତ ଦିନଗୁଡ଼ିକରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍‌ ସମାଧାନ ହୋଇଯିବ। ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।

🌹👉ବିଛା
ଆଜି ଆନୁଷ୍ଠାନିକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ ।ଆପଣ ଙ୍କ ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବ। ରଚନାମତ୍କ କାର୍ଯ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ।

🌹👉ଧନୁ
ଆଜି ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ । ସମସ୍ୟା ସମାଧାନ ପାଇଁ କଚେରି ମାମଲାରେ ଆଇନଜ୍ଞଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ।

🌹👉ମକର
ଆଜି ଆପଣ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଓ କହିବା ଭଲ ହେବ ଅନ୍ୟଥା ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ସାମାଜିକ କିମ୍ବା ରାଜନୈତିକ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।

🌹👉କୁମ୍ଭ
ଆଜି କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ବନ୍ଧୁ କିମ୍ବା ସହକର୍ମୀଙ୍କ ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ। କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ବନ୍ଧୁ ମାନଙ୍କ ସାହାଯ୍ୟ ଦରକାର ପଡିପାରେ। କର୍ମକ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇରହିଛି କାର୍ଯ୍ୟ କଲେ ଉପକୃତ ହେବେ।

🌹👉ମୀନ
ଆଜି ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିପାରେ।ଅତୀତ କଥାକୁ ନେଇ ଗୁଡାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରିବେ।

Leave a comment

Your email address will not be published. Required fields are marked *