#Breaking News

ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର ଚାରି ଆହତ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରିରେ ଏକ ଅଟୋ ସହିତ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇ ଥିବା ବେଳେ ଚାରି ଜଣ ଆହତ ହୋଇ ମେଡିକାଲ ରେ ଚିକିତ୍ସା ହେଉଛନ୍ତି l ଘଟଣା ରୁ ପ୍ରକାଶ ଯେ , କଳିଙ୍ଗା ଆଡୁ ଘୁ ଉଦୟଗିରିକୁ ଓଡି-୧୨-ବି-୦୧୨୪ ନମ୍ବର ବିଶିଷ୍ଟ ଏକ ଅଟୋ ଦ୍ରୁତଗତିରେ ଆସୁଥିବାବେଳେ ଘୁ ଉଦୟଗିରିରୁ ପଦାସାହି ଯାଉଥିବା ଏକ ବାଇକ ମଧ୍ୟରେ ଧକ୍କା ହେଇଥିଲା, ଯାହା ଫଳରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଘୁ.ଉଦୟଗିରି ପଦାସାହି ନିବାସୀ ବିଶାଳ ପଟ୍ଟନାୟକ(୨୪) ନିଜ ଘରକୁ ଯାଉଥିଲେ । ସେହି ସମୟରେ ସଙ୍ଖସାହି ନିକଟରେ ଉଭୟ ମୁଁହାମୁଁହି ଧକ୍କା ହୋଇଥିଲା । ସୂଚନା ଅନୁସାରେ ଅଟୋଟି ଦ୍ରୁତ ଗତିରେ ଆସୁଥିବା ବେଳେ ସମ୍ମୁଖରେ ଏକ କୁକୁର ଅତିକ୍ରମ କରିବା ଦ୍ୱାରା ଅଟୋ ଡ୍ରାଇଭର ଜଣକ ଭାରସାମ୍ୟ ହେଇଥିଲେ ଏବଂ ରାସ୍ତାର ଡାହାଣ ପାର୍ଶ୍ୱକୁ ମୋଡିଥିଲେ । ଠିକ ସେହି ସମୟରେ ବାଇକ ଚାଳକ ଆସୁଥିବା ବେଳେ ଅଟୋ ମଧ୍ୟରେ ଦୁର୍ଘଟଣା ଘଟିଥିଲା ଓ ଅଟୋଟି ରାସ୍ତା କଡ଼ରେ ଓଲଟି ପଡିଥିଲା । ଅଟୋରେ ବସିଥିବା ୪ ଜଣ ଆହତ ହୋଇଥିଲେ ସେମାନଙ୍କ ମଧ୍ୟରୁ ସିତାମଣି କର(୫୦) ନନ୍ଦଗିରି ସ୍କୁଲର ଶିକ୍ଷୟତ୍ରୀ ଗଭୀର ଆଘାତ ହୋଇଥିଲେ,ଓ ଅଟୋ ଡ୍ରାଇଭର ରାଜୀବ ଲୋଚନ ପ୍ରଧାନ(୩୪) କଳିଙ୍ଗା ନିବାସୀଙ୍କର ମୁଣ୍ଡରେ ଓ କାନ୍ଧରେ ଆଘାତ ହୋଇଥିବା ବେଳେ ଅନ୍ୟ ମାନେ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତ ଲୋକମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଏବଂ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ବାଇକ ଚାଳକ ବିଶାଳ ପଟ୍ଟନାୟକଙ୍କୁ ବ୍ରହ୍ମପୁର ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କର ଡାହାଣ ହାତ ଓ ଗୋଡ଼ ଫେକ୍‌ଚର ହୋଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ଏବଂ ଅନ୍ୟ ଜଣେ ଶିକ୍ଷୟିତ୍ରୀ ଶିତାମଣି କରଙ୍କର ମଧ୍ୟ ମୁହଁ ଏବଂ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ଫୁଲବାଣୀ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ସାମାନ୍ୟ ଆହତ ହେଲେ ମମତା ପ୍ରଧାନ (୨୮) ଡକରିଙ୍ଗିଆ,କୁନ୍ତୀ ପ୍ରଧାନ (୬୦) କଳିଙ୍ଗା,ସେମାନଙ୍କୁ ଘୁ ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ରହିଛି ।

Leave a comment

Your email address will not be published. Required fields are marked *