#Breaking News #District

କୋଟଗଡ଼ ବନାଞ୍ଚଳ ରେ ବନ ମହୋତ୍ସବ


ଫୁଲବାଣୀ( ଉଲ୍ଲାପ୍ର )
ବାଲିଗୁଡା ବନ ଖଣ୍ଡ ଅଧୀନ କୋଟଗଡ଼ ବନାଞ୍ଚଳ ର ଲାସେରୀ ଅଭୟାରଣ୍ୟ ଖାରିନାଳ ବିଲେଇପୂଜା ଜଙ୍ଗଲ ରେ କୋଟଗଡ଼ ବନବିଭାଗ ପକ୍ଷରୁ ବନମହୋତ୍ସବ ଅନୁଷ୍ଠିତ ହୋଇଛି | ଏହି ଅବସରରେ ଆୟୋଜିତ ସଭାରେ କୋଟଗଡ଼ ବନାଞ୍ଚଳ ଅଧିକାରୀ ରମାକାନ୍ତ କହଁର ସଭାପତିତ୍ୱ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ କୋଟଗଡ଼ ପ୍ରଥମଶ୍ରେଣୀ ବିଚାରବିଭାଗୀୟ ବିଚାରପତି ଅନୁରାଗ ଦେହୁରୀ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଜଙ୍ଗଲ ଓ ପରିବେଶ ର ସୁରକ୍ଷା କରିବା ସମସ୍ତ ଙ୍କ କାର୍ଯ୍ୟ, ଏଣୁ ସମସ୍ତେ ବୃକ୍ଷ ରୋପଣ କରିବା ଲାଗି ଆହ୍ୱାନ ଦେଈ ଥିଲେ |ତାଙ୍କୁ ସ୍ଥାନୀୟ ଜନସାଧାରଣ, କଳାକାର ସଙ୍ଘ ଓ ବିଦ୍ୟାର୍ଥୀମାନେ ସ୍ୱାଗତ ସମ୍ବର୍ଦ୍ଧନା କରି ବିଲେଇପୂଜା ଜଙ୍ଗଲକୁ ପାଛୋଟି ନେଇଥିଲେ |ସେଠାରେ ଶ୍ରୀ ଦେହୁରୀ ପ୍ରଦୀପ ପ୍ରଜ୍ବଳନ ସହ ପୂଜା କରି ବୃକ୍ଷ ରୋପଣ କରିଥିଲେ |ଏହା ବ୍ୟତୀତ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି,ଓକିଲ ଲମ୍ବୋଦର ପଣ୍ଡା, ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା, ବିଦ୍ୟାର୍ଥୀ,କଳାକାର ସଙ୍ଘ ଜନସାଧାରଣ ଓ ବନ କର୍ମଚାରୀ ସମେତ ଏକାଧିକ ବୃକ୍ଷପ୍ରେମୀ ‘ଶିଶୁଟିଏ ବୃକ୍ଷଟିଏ “ନାରାଦେଇ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରିଥିଲେ |ଏହିକାର୍ଯ୍ୟକ୍ରମ ଜରିଆରେ କୋଟଗଡ଼ କୁ କିପରି ସବୁଜିମା ରେ ପରିଣତ କରାଯାଇ ପରିବେଶ ପ୍ରଦୂଷଣ ରୁ ରୋକାଯାଇ ଭବିଷ୍ୟତ ପିଢ଼ି କୁ ସୁରକ୍ଷା ଦିଆଯିବ ସେ ସମ୍ପର୍କ ରେ ଜନସାଧାରଣ ଙ୍କୁ ସଚେତନତା ର ବାର୍ତାଦିଆଯାଇଥିଲା |ଏହାସହ କୋଟଗଡ଼ ଜଗନ୍ନାଥ ମନ୍ଦିରପ୍ରାଙ୍ଗଣରେ ଏକ ବୃକ୍ଷ ଚାରା ବଣ୍ଟନ ଷ୍ଟଲ ର ଉଦଘାଟନ କରାଯାଇ ଜନସାଧାରଣ ଙ୍କୁ ସଚେତନତା କରିବା ସହ ମାତ୍ର ଟଙ୍କାଟିଏ ରେ ମନ ମୁତାବକ ବୃକ୍ଷଟିଏ ଦିଆଯାଉଛି |

udayalabanya weekly pepar july 2 to 8

Leave a comment

Your email address will not be published. Required fields are marked *