#Breaking News

ଭ୍ରାମ୍ୟମାଣ ପାଠାଗାରରେ ମତ ପ୍ରକାଶ ପୁସ୍ତକ ଜ୍ଞାନ ଓ ନୈତିକତାର ବାର୍ତ୍ତାବହ

*
ବରଗଡ଼: (ସତ୍ୟ ନାରାୟଣ ପ୍ରଧାନ)
ପୁସ୍ତକ ସମ ବନ୍ଧୁ ଦୁନିଆରେ ନାହିଁ। ପୁସ୍ତକ ମାର୍ଗ ଦର୍ଶନ କରେ। ବିପଦ ରେ ସହାୟତା ର ହାତ ବଢାଏ। ପୁସ୍ତକ କେବେ ଧୋକା ଦିଅନି ବରଂ ସବୁ ସମସ୍ୟାର ସମାଧାନ କରେ, ସବୁ ସ୍ଵପ୍ନ କୁ ପୂରଣ କରିଥାଏ ବୋଲି ବରଗଡ଼ ବ୍ଲକ ନୀଲେଶ୍ଵର ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ରେ ଯୋଗଦାନ କରି ବକ୍ତା ଗଣ ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର ପୁସ୍ତକ ବିପଦ ଆପଦ ର ବନ୍ଧୁ ଓ ସବୁ ସମୟରେ ପୁସ୍ତକ ଆମକୁ ସହାୟତା କରେ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୈାରାଙ୍ଗ ପ୍ରଧାନ ପୁସ୍ତକ ବ୍ୟକ୍ତିତ୍ଵ ବିକାଶ କରିବା ସହ ଜୀବନ ରେ ସଫଳତା ଦେଇ ଥାଏ ବୋଲି କହିଥିଲେ। ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ର ଉଦ୍ୟୋକ୍ତା ଡକ୍ଟର ରବିନାରାୟଣ ସାହୁ ପୁସ୍ତକ ଜ୍ଞାନ ଓ ନୈତିକତାର ବାର୍ତ୍ତାବହ ବୋଲି ଅଭିହିତ କରି ଛାତ୍ର ଛାତ୍ରୀ ମାନେ ପାଠ୍ୟ ପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ଶିଶୁ ସାହିତ୍ୟ ପୁସ୍ତକ ଓ ପତ୍ର ପତ୍ରିକା ପଠନ ପ୍ରତି ଗୁରୁତ୍ବ ଦେବାକୁ ପିଲା ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପଠିତ ପୁସ୍ତକ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରଜ୍ଞା ଶ୍ରୀ କୁମ୍ଭାର, ପୁରନ୍ଦର ସାହୁ, ବର୍ଷା ସେଠ୍
ଙ୍କୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷକ ଜିତେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *