#Breaking News #District

ପୋଡାପଡା ଠାରେ ନୃସିଂହ ଚତୁର୍ଦଶୀ ଯାତ୍ରା


ଫୁଲବାଣୀ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂଚାୟତ ପୋଡାପଡା ଠାରେ ପ୍ରସିଦ୍ଧ ନୃସିଂହ ଚତୁର୍ଦଶୀ ଵା ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ତେବେ ପୋଡ଼ପଦାର ଥିବା ନୃସିଂହ ମହାପ୍ରଭୁଙ୍କ ମନ୍ଦିର କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ଗାଦି ଭାବରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଅଂଚଳର ବୟସ୍କ ଓ ବୃଦ୍ଧ ବ୍ୟକ୍ତି ମାନଙ୍କ ମତରେ 1890 ମସିହାରେ ଏହି ପୋଡାପଡଡା ଗାଁରେ ନୃସିଂହ ମହାପ୍ରଭୁଙ୍କ ସ୍ଥପନ କରାଯାଇଥିଲା I ଦେବେ ଆବାହମାନ କାଳରୁ ଏଠି ନୃସିଂହ ଠାକୁର ଙ୍କ ପୁଜା ଗ୍ରାମବାସୀ ଙ୍କ ଦ୍ୱାରା ହୋଇ ଆସୁଥିଵା ବେଳେ ଦୀର୍ଘ ଛଅ ବର୍ଷ ହେଲା ଏହୁ ଗାଁ ରେ ଏହି ନୃସିଂହ ଚତୁର୍ଦଶୀ ଵା ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି I ତେବେ ପ୍ରତ୍ବେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ୍ୟ ଏହି ଯାତ୍ରା ଧୂମଧାମ ରେ ଚାଲିଥିବା ବେଳେ ଯାତ୍ରା ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଓ ଜନସାଧାରଣ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ତିନିଦିନ ଧରି ଚାଲିଥିବା ଏହି ପ୍ରଥମ ଦିନରେ ରୀତିନୀତି ଅନୁସାରେ କଳସ ଯାତ୍ରା ସହ ଠାକୁର ଙ୍କ ପୂଜା ଅନୁଷ୍ଠିତ ହୋଇ ଥିବା ବେଳେ ଦୁଇଦିନ ଧରି ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା I ଏହି ନାମଯଜ୍ଞ ରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ରୁ ପ୍ରାୟ 20 ଟି ସଂକୀର୍ତନ୍ୟ ଦଳ ଯୋଗଦେଇଥିଵା ବେଳେ ଦ୍ଵିତୀୟ ଦିନ ସଂଧ୍ୟା ସମୟରେ କୃଷ୍ଣ ଗୁରୁ ପରିବେଷଣ କରାଯାଇ ଥିଲା I ତୃତୀୟ ଦିନ ଵା ଉଦଯାପନୀ ଉତ୍ସବ ରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡ଼ବାରବା ଗାଁ ର ମା କନ୍ଧୁଣି ଯୁବ ନାଟ୍ୟ ସଙ୍ଘ ର କଳାକାର ମାନଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲାର ର ଜଣାଶୁଣା ନାଟ୍ୟ ଗୁରୁ ରମେଶ ଚନ୍ଦ୍ର ସାହୁ ଓ ସିମାଞ୍ଚଳ ସାହୁ ଙ୍କ ବଳିଷ୍ଠ ନିର୍ଦେଶନାରେ ପୌରାଣିକ ନାଟକ ରାମାୟଣ ପାରିବେଷିତ ହୋଇଥିଲା I ଅନ୍ୟପଟେ ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଙ୍କ ସହ ରତଙ୍ଗ ପଂଚାୟତ ର ସମିତି ସଭ୍ୟ ବିରଞ୍ଚି ମଳିକ, ପୂର୍ବତନ ସରପଞ୍ଚ କୁଞ୍ଜବନ ମଳିକ, ଜିଲ୍ଲାପରିଷଦ ସଭ୍ୟା ଜୟଶ୍ରୀ କହଁର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ I ଯାତ୍ରା କାର୍ଯ୍ୟକ୍ରମ କୁ କମିଟି ର ସଭାପତି ସନ୍ତୋଷ ଭୁକ୍ତା ଙ୍କ ସହ ସମ୍ପାଦକ ଅନନ୍ତ କହଁର ଓ ବସନ୍ତ ଭୁକ୍ତା,ହେମନ୍ତ ବିଶୋଇ, ଶୁଦ୍ର କହଁର, ଦିଲୀପ ନାୟକ, ବଳରାମ ନନ୍ଦ, ନୃସିଂହ କମିଟି ର ଗୋପବନ୍ଧୁ ଘିବେଲା, ରିବିନି ପ୍ରଧାନ, ଗୁନ୍ଦୁ କହଁର, ବିଭୀଷଣ ଘିବେଲା, ବିଜୟ ପ୍ରଧାନ, ଲିଙ୍ଗରାଜ ନନ୍ଦ, ଅନାଦି ଭୁକ୍ତା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ I ଲୋକଙ୍କ ଭିଡକୁ ଆଖିଆଗରେ ରଖି ଫିରିଙ୍ଗିଆ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ତା କୁ କଦକୁଡି କରାଯାଇଥିବା ବେଳେ ଖୋଦ ଥାନା ଅଧିକାରୀ ତାପନ କୁମାର ନାହାକ ସୁରକ୍ଷା ବ୍ୟବସ୍ତା ର ତଦାରଖ କରିଥିଲେ I

Leave a comment

Your email address will not be published. Required fields are marked *