#Uncategorized

କରେନା ର ଦ୍ଵିତୀୟ ଲହର ପାଇଁ ସାମ୍ବାଦିକ ଓ ପୋଲିସ ର ମିଳିତ ସଚେତନତା କାର୍ଯ୍ୟକ୍ରମ


ଫୁଲବାଣୀ -(ସୁନୀଲ ପଟନାୟକ )କରେନା ର ଦ୍ଵିତୀୟ ଲହର କୁ ଆଖିଆଗରେ ରଖି ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହର ରେ ପ୍ରେସ କ୍ଲବର ସଦସ୍ୟ ଓ ପୋଲିସ ତରଫରୁ ରୁମିଳିତ ଭାବେ ସଚେତନତା କାର୍ଯ୍ୟକ୍ରମ କରିବା ସହ ନିୟମିତ ମାକ୍ସ ପିନ୍ଧିବା,ସାମାଜିକ ଦୂରତା ରକ୍ଷା କରିବା, ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରି ବା, ହାତ କୁ ବାରମ୍ବାର ସଫା ରଖିବା ନେଇ ଲୋକଙ୍କୁ ବୁଝାଇବା ସହ ସଚେତନ କରିଥିଲେ l କେତକ ଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯାଇଥିଲା l . ସଦର ଏସ ଡ଼ି ପି ଓ ମହେନ୍ଦ୍ର ନାଥ ମୁର୍ମୁ ଓ ଫୁଲବାଣୀ ଆଦର୍ଶ ଥାନା ଅଧିକାରୀ ସୁଶାନ୍ତ କୁ ମାର ସେଠି ଙ୍କ ସମେତ ବହୁ ଥାନା କର୍ମଚାରୀଓ ପ୍ରେସ କ୍ଲବ ର ସମ୍ପାଦକ ଅଜିତ ମହାରଣା, ବରିଷ୍ଠ ସାମ୍ବାଦିକ ଫିଲି ମୋହନ ନାୟକ, ଜୟ ସେନ ପରିଡା, ସୁନୀଲ ବିଶ୍ୱାଳ,, ବୈଦ୍ୟ ନାଏ କ, ଦେବାଶିଷ ପଟନାୟକ, ସୁଜିତ ବେହେରା, ଶିବ ନାଏକ ଙ୍କ ସମେତ ବହୁ ସାମ୍ବାଦିକ ଏହିସଚେତନତା କାର୍ଯ୍ୟକ୍ରମ ରେ ସାମିଲ ଥିଲେ l ଫୁଲବାଣୀ ସହରର ମା ଦିକୁନ୍ଦ l ଛକ. ଗାନ୍ଧୀ ଛକ. ବିଜୁପଟନାୟକ ଛକ ଠାରେ ଗାଡ଼ିମାଟର ଓ ମାକ୍ସ ଓ ହେଲମେଟ ଚେକିଂ ମଧ୍ୟ୍ୟ କରା ଯାଇଥିଲା l ତେବେ ଆଗାମୀ ଦିନରେ ଏହି ସଚେତନତା କାର୍ଯ୍ୟକ୍ରମ ସହର ଠାରୁ ଆରମ୍ଭ କରି ଅlଖପାଖ ଗ୍ରାମାଞ୍ଚଳ ମାନଙ୍କ ରେ ମଧ୍ୟ କରାଯିବ ବୋଲି ପ୍ରେସ କ୍ଲବ ସମ୍ପାଦକ ମହାରଣା ସୂଚନା ଦେଇଛନ୍ତି l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *