#Breaking News

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ବାଜିରାଉତ ଙ୍କ ଶ୍ରାଦ୍ଧଉସ୍ଛବ ପାଳିତ

ଢେଙ୍କାନାଳ,ଢେଙ୍କାନାଳ ଜିଲ୍ଲାର ‘ ଆମ ପ୍ରତିଭା ଆମ ସମ୍ମାନ ’ ପରିବାର ତରଫରୁ ସ୍ଥାନୀୟ ବାଜିଚୌକ ସ୍ଥିତ ବାଜିରାଉତ ଙ୍କ ପ୍ରତିମୂର୍ତ୍ତୀ ପାଖରେ ବାଜିରାଉତ ଙ୍କ ଶ୍ରାଦ୍ଧ ଉସ୍ଛବ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥ୍‌ ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଉପସ୍ଥିତ ରହି ବାଜିରାଉତ ଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ବାଜିରାଉତ ଙ୍କ ସ୍ମୃତିଚାରଣ କରିଥିଲେ । ଜିଲ୍ଲା କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇଙ୍କ ଅଧ୍ୟକ୍ଷତାରେ ସକାଳ ୭ ଘଟିକା ସମୟରେ ଶତାଧିକ ସଦସ୍ୟମାନଙ୍କ ଉପସ୍ଥିତିରେ ବାଜିରାଉତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ‘ ବାଜିରାଉତ ଅମର୍ ରହେ ‘ ଧ୍ବନୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ କୈଳସ ଚନ୍ଦ୍ର ରାଉତ , ଦୁର୍ଯ୍ୟୋଧନ ବେହେରା , ବିଭୁତି ଭୂଷଣ ସାହୁ , ପ୍ରତାପ ଦାସ , କୈଳାସ ଚନ୍ଦ୍ର ନାୟକ , ଗଣେଶ ବଜାର ପୂଜା କମିଟି ସଭାପତି ବସନ୍ତ ବେହେରା , ନକୁଳ କୁମାର ସାହୁ , ବିଭୁତି ନନ୍ଦ , ଦୀପକ ଦାସ , ମଦନମୋହନ ବେହେରା , କାହ୍ନୁ ଦଳେଇ , ରାଜେନ୍ଦ୍ର ଦାସ , ଲୁଲୁ ଜେନା , ବାବୁ ମହାନ୍ତି , ସଂଜୟ ସାହୁ , ଭାଗି ସାହୁ , ନଜୁ ମହମ୍ମଦ , ସରୂପାନନ୍ଦ ଦାସ , ରଶ୍ମିନାରାୟଣ ସାହୁ , ଶିଶିର ଦଳେଇ , ହୀରୋଜ୍ ଖାଁ , ଜଗା ସେଠୀ , ପପୁ ମହାନ୍ତି , ପ୍ରଶାନ୍ତ ଜେନା , ଅନିଲ୍ ରାଉତ , ଅକ୍ଷୟ ସାହୁ , ଆଲୋକ ରଥ , ରାଜୁନ୍ ଖାଁ , ଆନନ୍ଦ ସେଠୀ , ଶକ୍ତି ମହାପାତ୍ର , ଅମରେଶ ଜେନା , ଶେଖର ସେଠୀ , ଚନ୍ଦନ ବେହେରା , ପ୍ରଭାତ ସେଠୀ , କାଳିଆ ସେଠୀ ପ୍ରମୁଖଙ୍କ ସହିତ ଶତାଧିକ ଆମ ପ୍ରତିଭା ଆମ ସମ୍ମାନର କର୍ମକର୍ତା ଯୋଗଦେଇଥିଲେ ।

Leave a comment

Your email address will not be published. Required fields are marked *