#Breaking News #District

ଅଙ୍ଗନୱାଡ଼ି କେନ୍ଦ୍ର ସାଜିଛି ମଦୁଆଙ୍କ ଆଡ୍ଡାସ୍ଥଳୀ


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ଗ୍ରାମପଞ୍ଚାୟତ ମୁଣ୍ଡାପାଡ଼ା ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି ମାଳ ମାଳ ବିଅର ବୋତଲ l କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଦାନ ପାଇଁ ପ୍ରଥମ ପାହାଚ କୁହାଯାଉଥିବା ଅଙ୍ଗନୱାଡ଼ି କେନ୍ଦ୍ର ଆଜି ମଦୁଆଙ୍କ ଆଡ୍ଡା ସ୍ଥଳୀ ପାଲଟିଛି l ସରକାର ଶିକ୍ଷା ଦାନ ପାଇଁ ଅନେକ ପ୍ରକାର ଯୋଜନା କରିଥିବା ବେଳେ ଏଇ ସ୍ଥାନରେ ପିଲା ମାନଙ୍କର ଭବିଷ୍ୟତ ଅସୁରକ୍ଷିତ ଦେଖା ଯାଉଛି । ଅଙ୍ଗନାୱାଡ଼ି କେନ୍ଦ୍ର ଗୃହ ସମ୍ମୁଖରେ ବେଆଇନ ମଦ ଦୋକାନ ଥିବାରୁ ମଦ୍ୟପ ମାନେ ଦିନ ରାତି ସେଠାରେ ବସା ବାନ୍ଧି ବାରଣ୍ଡାରେ ବସି ମଦ ପିଉଛନ୍ତି । ଅଙ୍ଗନ ୱାଡ଼ି କର୍ମୀ ସକାଳ ପାଇଲେ ସବୁବେଳେ ମଦ ବୋତଲ ଫିଙ୍ଗି ସଫା କରିବାରେ ବ୍ୟସ୍ତ ରହୁଛନ୍ତି । ଅଙ୍ଗନାୱାଡ଼ି କେନ୍ଦ୍ରରେ ମୁଖ୍ୟ ଫାଟକ ନଥିବାରୁ ଏଥିପାଇଁ ଏଭଳି ଘଟଣା ଘଟୁଛି । ମୂଖ୍ୟ ଫାଟକ ତିଆରି କରିବା ନିମନ୍ତେ ସିଡିପିଓ ଏବଂ ବିଡ଼ିଓ ଙ୍କୁ ମୁଣ୍ଡାପଡା ଅଙ୍ଗନୱାଡ଼ି କର୍ମୀ ପ୍ରଭାତୀ ପ୍ରଧାନ ଙ୍କ ସମେତ ଗ୍ରାମବାସୀ ଜଣାଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନାହିଁ ବୋଲି କହିଛନ୍ତି l ଏ ସମ୍ପର୍କ ରେ ସ୍ଥାନୀୟ ସିଡିପିଓ ଏବଂ ବିଡ଼ିଓ ଙ୍କୁ ପଚାରିବାରୁ ସେ ମୂଖ୍ୟ ଫାଟକ ସମେତ ଚର୍ତୁପାର୍ଶ୍ୱ ପାଚେରୀ ନିର୍ମାଣ ପାଇଁ ଅନୁମତି ମାଗିଛୁ, ଅନୁମତି ମିଳିଲେ ତୁରନ୍ତ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି l

Leave a comment

Your email address will not be published. Required fields are marked *