#Breaking News

ମନ୍ଦିର ପ୍ରତଷ୍ଠା ମହୋତ୍ସବ ଅବସରରେ ରକ୍ତଦାନ ଶିବିର


ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)
ଶ୍ରୀ ଶ୍ରୀ ସୁଦର୍ଶନ ମହାପ୍ରଭୁ ଙ୍କ ବିଗ୍ରହ ପ୍ରତିଷ୍ଠା ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବରଗଡ ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ଆୟୋଜିତ ହୋଇଯାଇଛି। ଏହି ଶିବିର କୁ ମନ୍ଦିର ପ୍ରତିଷ୍ଠା କମିଟି ର ସଭାପତି ରାଜକିଶୋର ଶତପଥୀ ଓ ସଂପାଦକ ମୋହନ ସାହୁ ଫିତାକାଟି ଉଦ୍ଘାଟନ କରି ରକ୍ତଦାତାଂକୁ ଉତ୍ସାହିତ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ମୋଟ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶିବିର ପରିଚାଳନା ରେ ନିଷ୍ଠା ପରିବାର ର ଉପଦେଷ୍ଟା ଦୁର୍ବାଦଳ ଷଡ଼ଙ୍ଗୀ, ସଭାପତି ରକ୍ଷପାଳ ସାହୁ , ସଂପାଦକ ଅଶ୍ବିନୀ ତ୍ରିପାଠୀ ,କୋଷାଧ୍ଯକ୍ଷ ଶ୍ୟାମ ସୁନ୍ଦର ସାହୁ, ମହିଳା ଶାଖାର ସଂଯୋଜିକା ତ୍ରିପୁରା ସୁହୁଲା , ରୀନା ମହାରଣା, ମାନି ଭୋଇ ତଥା ନିଷ୍ଠା ପରିବାର ର ଟିମ ଉତ୍ସାହ ର ସହିତ ପୂର୍ଣମାତ୍ରା ରେ ସହଯୋଗ କରି ଏବଂ ସକ୍ରିୟ ଅଂଶ ଗ୍ରହଣ କରି ଶିବିର କୁ ସଫଳ କରିଥିଲେ। ସେହିପରି
ନିଷ୍ଠା ପରିବାର ଓ ପଥର୍ଲା ଗ୍ରାମବାସୀ ଙ୍କର ମିଳିତ ଆନୁକୁଲ୍ୟରେ ମନ୍ଦିର ସମୂହ ର ପ୍ରତିଷ୍ଠା ମହୋତ୍ସବ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପଥର୍ଲା ,ବରଗଡ ଠାରେ ଆୟୋଜନ କରାଯାଇଥିଲା।ଏହି ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର ଦ୍ବାରା ମୋଟ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Leave a comment

Your email address will not be published. Required fields are marked *