#Breaking News

ନାଧରା ଗ୍ରାମରେ ଶୋଭା ତରଫରୁ ମାଗଣା ସାସ୍ଥ୍ୟମେଳା

ଢେଙ୍କାନାଳ : ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ , ସେଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ନାଧରା ଗ୍ରାମର ସତ୍ୟମ୍ ଶିବମ୍ ସୁନ୍ଦରମ୍ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ତା– ୧୧.୧୨.୨୦୨୧ ରିଖରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥ ନବଭାରତ ଭେଞ୍ଚରସ୍ ଲିମିଟେଡ୍‌ର ଜିଏମ୍ ଏମ୍.ଶ୍ରୀନିବାସ୍ ପ୍ରଦୀପ ପ୍ରଜ୍ଜଳନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ଉତ୍ସବରେ ସମ୍ମାନୀୟ ଅତିଥି ଭାବରେ ରାଧେଶ୍ୟାମ୍ ସିଂ , ମନିଷ୍ଠ ପାତ୍ର , ବି ଶ୍ରୀକାନ୍ତ , ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣା ପୃଷ୍ଟି , ସରପଞ୍ଚ ପ୍ରଶାନ୍ତ ନାଏକ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ । ଶୋଭା ର ନିର୍ଦେଶକ ଶ୍ରୀଯୁକ୍ତ ଉଦୟେନ୍ଦୁ ମିଶ୍ର ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ ଏବଂ ଶୋଭା ତରଫରୁ ଶ୍ରୀଯୁକ୍ତ ରବିନାରାୟଣ ଷଡଙ୍ଗୀ ଧନ୍ୟବାଦ୍ ଅପର୍ଣ କରିଥିଲେ । ଉକ୍ତ ଶିବିରରେ ରକ୍ତ ଶର୍କରା , ରକ୍ତଚାପ , ହିମୋଗ୍ଲୋବିନ୍ , ବ୍ଲଡ୍ ଗ୍ରୁଫି , ମ୍ୟାଲେରିଆ ଇତ୍ୟାଦି ନିଶୁକ୍ଲ ପାଂଚ କରାଯାଇ ସ୍ତ୍ରୀ ରୋଗ , ଶିଶୁ , ଭେଷଜ , ହୋମିଓ ପ୍ୟାଥିକ୍ ତଥା ଭୌତିକ ଚିକିତ୍ସା ବିଭାଗରେ ସାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଯୋଗେଶ୍ଵର ମୁଳିଆ , ଡାକ୍ତର ସୁନିତା ବେହେରା , ଡାକ୍ତର ରେକେଶ ଜେନା , ଡାକ୍ତର ମାନସ ରଞ୍ଜନ ଦାସ , ମମତା ସିଂ ଙ୍କ ଦ୍ବାରା ୫୧ ଜଣ ସ୍ତ୍ରୀ ରୋଗ , ୪୧ ଜଣ ଶିଶୁ , ୮୪ ଭେଷଜ , ୬୬ ଜଣ ହୋମିଓ ପ୍ୟାଥିକ୍ , ୨୬ ଜଣ ଭୌତିକ ଚିକିତ୍ସା , ୧୫୮ ଜଣଙ୍କ ଚକ୍ଷୁ ପରୀକ୍ଷା ସମୁଦାୟ ୪୨୬ ଜଣଙ୍କୁ ମାଗଣା ସାସ୍ଥ୍ୟ ପାଂଚ କରାଯାଇଥିଲା ଏବଂ ଆବଶ୍ୟକ । ଔଷଧ ଓ ୯୧ ଜଣଙ୍କୁ ଚଷମା ସମ୍ପୂଣ୍ଣ ମାଗଣାରେ ବଣ୍ଟନ କରାଯାଇଥିଲା । ଫାର୍ମାସିଷ୍ଟ ଶ୍ରୀ କମଳେଶ୍ବର ନାୟକ , ଶ୍ରୀ ଅମିତ୍ କୁମାର ସାହୁ , ଏଲ୍ଟି , ରୀତାରାଣୀ ନାୟକ , ଏନ୍ ଏ ଏମ୍ ଏବଂ ରାଧାରାଣୀ ସାହୁ ଯୋଗଦେଇ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେଇଥିଲେ । ଏହି ଅବସରରେ ସଖୀ ଏବଂ ଚାଇଲ୍ଡଲାଇନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟଜନ କରାଯାଇଥିଲା ।

Leave a comment

Your email address will not be published. Required fields are marked *