#Breaking News

ଢେଙ୍କାନାଳ ଷଡଙ୍ଗୀ ନୋଡାଲ ସ୍କୁଲରେ ମହାତ୍ମାଗାନ୍ଧୀ ଓ ଗୋପବନ୍ଧୁ ଙ୍କ 0ପ୍ରତିମୂର୍ତ୍ତି ଉନ୍ମୋଚିତ

ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଆଜି ଅକ୍ଟୋବର ମାସ ଦୁଇ ତାରିଖ ପୂର୍ବାହ୍ନ ରେ ବିଦ୍ୟାଳୟ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଅଛି ‌ ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି , ସଦସ୍ୟ ସଦସ୍ୟା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, ସହକାରୀ ଶିକ୍ଷୟିତ୍ରୀ ମାନଙ୍କ ମିଳିତ ସହଯୋଗ ରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଅଛି।
ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ନାରିକେଳ ବାଡେଇ , ଧୂପ ଦୀପ ପ୍ରଜ୍ବଳନ କରି ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି କାର୍ଯ୍ୟ କ୍ରମକୁ ଉଦ୍ ଘାଟନ କରିଥିଲେ। ସେହି ମହାନୁଭବ ଙ୍କ ଆଦର୍ଶରେ ଅନୁପ୍ରେରିତ ହୋଇ କାର୍ଯ୍ୟ କରିବାକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ତଥା ଛାତ୍ରଛାତ୍ରୀ ମାନଙ୍କୁ ଭର୍ଚୁଆଲ ମୋଡ୍ ରେ ଉଦ୍ ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଶିକ୍ଷକ ବିମଳ କିଶୋର ବିହାରୀ, ଅଜିତ କୁମାର ରାଉତ, ଶିକ୍ଷୟିତ୍ରୀ ଚଞ୍ଚଳା କୁମାରୀ ସାହୁ, ହିରଣ୍ମୟୀ ପଣ୍ଡା, ସର୍ମିଷ୍ଠା ବେହେରା, ସସ୍ମିତା ମହାନ୍ତି ଓ ମଧୁମିତା ପ୍ରଧାନ ଉପସ୍ଥିତ ହୋଇ ଆଲୋଚନା ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ଶିକ୍ଷକ ଅଜିତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *