#Breaking News #Uncategorized

କରୋନା ପ୍ରତିରୋଧକ ଔଷଧ ଯୋଗୁ ଆକ୍ରାନ୍ତଙ୍କ ଘଟୁଛି ମୃତ୍ୟୁ: ସାଇଟୋକାଇନ୍‌ ଷ୍ଟ୍ରମ୍‌ ହେଉଛି ଘାତକ…

ପୃଥିବୀରେ କରୋନା ସଂକ୍ରମଣ ନେଇ ସ୍ଥିତି ଅସମ୍ଭାଳ ହୋଇଛି। ଏପରିସ୍ଥଳେ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, କରୋନାରୁ ଆକ୍ରାନ୍ତ ରକ୍ଷା ପାଇଲେ ବି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବ୍ୟବହୃତ ହେଉଥିବା ଔଷଧ ଯୋଗୁ ଶରୀରରେ ଅତ୍ୟଧିକ ସାଇଟୋକାଇନ୍‌ ସୃଷ୍ଟି ହେଉଛି। ଫଳରେ ସାଇଟୋକାଇନ୍‌ ଷ୍ଟ୍ରମ୍‌ ଯୋଗୁ ଫୁସ୍‌ଫୁସ୍‌ ନଷ୍ଟ ହୋଇ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଶରୀରରେ ଆଣ୍ଟିଜେନ ପ୍ରବେଶ କଲେ ସାଇଟୋକାଇନ୍‌ ସତର୍କ ସୂଚନା ଜାରି କରିଥାଏ। ଏହାଯୋଗୁ ଶରୀରରେ ଅଧିକ ସଂଖ୍ୟକ ସାଇଟୋକାଇନ୍‌ ସୃଷ୍ଟି ହୋଇଥାଏ। ଏହାର ସଂଖ୍ୟା ନିଦ୍ଦିଷ୍ଟ ସୀମା ମଧ୍ୟରେ ନ ରହି ଅଧିକ ହେଲେ ସାଇଟୋକାଇନ୍‌ ଷ୍ଟ୍ରମ୍‌ ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଇବା ଆରମ୍ଭ କରିଥାଏ ବୋଲି ଚିକିତ୍ସକ ମତପୋଷଣ କରିଛନ୍ତି। ପରବର୍ତ୍ତୀ ସମୟରେ ହାର୍ଟ, କିଡ୍‌ନୀ, ଲିଭର ଆଦି ଖରାପ ହେଉଥିବା ଚିକିତ୍ସକ କହିଛନ୍ତି। ସାଇଟୋକାଇନ୍‌ ଷ୍ଟ୍ରମ୍‌ ହାର୍ଟର ସ୍ବାଭାବିକ କାର୍ଯ୍ୟ ହ୍ରାସ ପାଇଥାଏ। ରକ୍ତବାହୀ ନଳୀରେ ରକ୍ତ କ୍ଷରଣ ଯୋଗୁ ରକ୍ତ ଜମାଟ ବାନ୍ଧିବା ଆରମ୍ଭ କରିଥାଏ। ଏହାଯୋଗୁ ଶରୀରର ସମସ୍ତ ଅଙ୍ଗରେ ରକ୍ତ ପହଞ୍ଚାଇବା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ। ସାଇଟୋକାଇନ୍‌ ଷ୍ଟ୍ରମ୍‌ କରୋନା ଆକ୍ରାନ୍ତଙ୍କ ପାଇଁ ଘାତକ ହୋଇଥାଏ ବୋଲି ବିଶେଷଜ୍ଞ କହିଥାନ୍ତି। ଓ୍ବେବ୍‌ମାଡ୍‌ ରିପୋର୍ଟ ଅନୁସାରେ ସାଇଟୋକାଇନ୍‌ ଷ୍ଟ୍ରମ୍‌ ଯୋଗୁ ଜୁବେନାଇଲ୍‌ ଆର୍ଥରାଇଟିସ୍‌ ଭଳି ଅଟୋହ୍ୟୁମାନ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଛନ୍ତି।

Leave a comment

Your email address will not be published. Required fields are marked *