#Breaking News #Uncategorized

କାଳବୈଶାଖୀରେ ବିଶାଳ ଗଛ ପଡି ସ୍କୁଲଘର ଭାଙ୍ଗିଲା


ଫୁଲବାଣୀ- (ସୁନୀଲ ପଟନାୟକ) କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍କକ ଅନ୍ତର୍ଗତ ମୁସୁଲିପଙ୍ଗା ପଞ୍ଚାୟତର ନେଡ଼ି ପଦର ଗ୍ରାମରେ।
କାଳବୈଶାଖି ର ଶୁକ୍ରକାର ନେଡ଼ିପଦର ଗ୍ରାମର ସ୍କୁଲ ନିକଟରେ ଥିବା ଏକ ବିଶାଳକାୟ ଗଛ ସ୍କୁଲଘର ଉପରେଉପୁଡି ପଡିଯିବା ଫଳରେ ଘର ଓ ପାଚେରି ଭାଙ୍ଗିଯାଇଛି ।
ଖବର ପାଇ ଫିରିଙ୍ଗିଆ ଅଗ୍ନିଶମ ବିଭାଗରବରୀଷ୍ଠ ଅଫିସର ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ଵରେ ବିକ୍ରମ କେଶରୀ ସାହୁ, ପଦ୍ମଲୋଚନ ଗଉଡ,ସୁରେନ୍ଦ୍ର ରାଉତ,ରାଜେଶ ଚ଼ଉହାନ, ରମାକାନ୍ତ୍ର ପଣ୍ଡା, ସ ଜଂୟ ନା ଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗଛକାଟି ସଫାକରିଥିଲେ ।
ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ମରାମତି କାମ ଶିଘ୍ର ସାରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।

Leave a comment

Your email address will not be published. Required fields are marked *