#Breaking News

ସାଂସଦ ଙ୍କ ସହ ଅବିଭାବକ ସଙ୍ଘ ସଦସ୍ୟ ଙ୍କ ଆଲୋଚନା


ଫୁଲବାଣୀ (ସୁନୀଲ ପଟନାୟକ )
ଗୁରୁବାର ସ୍ଥାନୀୟ ସର୍କିଟ ହାଉସ ଠାରେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଙ୍କ ସହଅବିଭାବକ ସଙ୍ଘ ସଭାପତି ମିଖାଇଲ ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ତିରିଶ ଜଣିଆ ପ୍ରତିନିଧି ଦଳ ସୌଜନ୍ୟ ମୂଳକ ଆଲୋଚନା କରିଥିଲେ l
ଜ଼ିଲ୍ଲାରେ କିସ ପରିବାର ର ଏକ ବଡ ଧରଣର ଅବିଭାବକ ସମ୍ମିଳନୀ ଅନୁଷ୍ଠିତ ନେଇ ଆଲୋଚନା କରିଥିଲେ l
ଏହାବ୍ୟତୀତ ବିଭିନ ସମସ୍ୟା ସମ୍ପର୍କରେମଧ୍ୟ ଆଲୋଚନା କରିଥିଲେl ସେମାନଙ୍କ ପିଲାମାନେ ମାଗଣା ରେ ଉନ୍ନତ ଧରଣର ଶିକ୍ଷା ଲାଭ କରିବାର ସୁଯୋଗ ଦିଆ ଯାଉଥିବାରୁ ଅଭିଭାବକ ମାନେ ବେଶ ଖୁସି ବ୍ୟକ୍ତ କରିଥିବା କହିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଡ଼. ଈଶ୍ୱର ନାୟକ, ଅଜିତ ମହାରଣା, ଭାଗିରଥିସେଠି, ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *