#Breaking News #Uncategorized

ସରକାର ଶୁଣୁନାହାନ୍ତି, ଦୁଇ ଗ୍ରାମବାସୀ ଙ୍କ ଭୋଟ୍ ବର୍ଜନ ଚେତାବନୀ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁନ୍ଧl ଗ୍ରାମରେ ମୌଲିକ ସୁବିଧାରୁ ବଞ୍ଚିତ ରହିଚି l ଏହି ଗ୍ରାମର ଗ୍ରାମବାସୀମାନେ ବହୁ ବାର ଜିଲା ପ୍ରଶାସନ ଙ୍କୁ ଜାଣଇବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ l ଏହି ଗ୍ରାମ ଖଜୁରୀପଡ଼ା ବ୍ଲକ ଠାରୁ ଛ କିଲୋମିଟର ରେ ଥାଇ ମଧ୍ୟ ରାସ୍ତା ସମସ୍ୟା ଯୋଗୁଁ ଗ୍ରାମବାସୀ ବହୂ ଅସୁବିଧା ର ସମୁଖୀନ ହେଇଛନ୍ତି l ଏହି ଗ୍ରାମରେ 75ଟି ପରିବାରର ପ୍ରାୟ 500, ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି ଏହି ଗାଁ ରେ l ଜିଲା ପ୍ରଶାସନ ଏହି ଗ୍ରାମ ରେ ଥିବା ମୌଳିକ ସମସ୍ୟା ନ ଶୁଣିବା ଯୋଗୁଁ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜିଲାପାଳଙ୍କୁ ଦାବିପତ୍ର ଦେବାସହ ଆଗାମୀଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ କୁ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇ ଛନ୍ତି l ନିକର ହକ୍ ପାଇଁ ରାଜ ରାସ୍ତା କୁ ଓଲାଇ ବେ ବୋଲି କହିଛନ୍ତି ଗ୍ରାମବାସୀ l
ସେଇଭଳି କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ବେହେରା ଗାଁ ଠାରେ ବେହେରା ଗାଁ ଗ୍ରାମ ପଞ୍ଚାୟତ ର ଶତାଧିକ ପୁରୁଷଓ ମହିଳାଙ୍କ ଉପସ୍ଥିତି ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାର ସେମାନଙ୍କ ଦାବୀ ପୂରଣ ଦିଗରେ ପଦକ୍ଷେପ ନ ନେଲେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ସମ୍ପୂର୍ଣ୍ଣ ଭୋଟ ବର୍ଜ୍ଜନ କରିବେ ବୋଲିବୈଠକ ରେ ନିଷ୍ପତି ନିଆ ଯାଇଥିଲା lଏହି ପଞ୍ଚାୟତ ରେ ୨୮୦୦ ଲୋକ ବସବାସ କରନ୍ତି l ପ୍ରଶାସନକୁ ଦରଖାସ୍ତ ଦେଇ ଦେଇ ଗୁହାରି କରି ମଧ୍ଯ କିଛି ଲାଭ ହେଲାନି ଶେଷରେ ଏହି ନିଷ୍ପତ୍ତି ନେଲେଗ୍ରାମବାସୀ l
ସୂଚନା ଯୋଗ୍ୟ ଯେ, ପୂର୍ବରୁ
ବେହେରାଗାଁ ଗ୍ରାମ ପଞ୍ଚାୟତ ଟିକାବାଲି ବ୍ଲକ ରେ ଥିଲା ଆଜିକୁ ୧୨ ବର୍ଷ ହେଲା ଚକାପାଦ ବ୍ଲକ ରେ ମିଶିବା ପରେ ମଧ୍ୟ ବେହେରାଗାଁ ଗ୍ରାମ ପଞ୍ଚାୟତଲୋକେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବେହେରାଗାଁ ଗ୍ରାମ ପଞ୍ଚାୟତବାସୀ ପୁନର୍ବାର ବେହେରାଗାଁ ପଞ୍ଚାୟତକୁ ଟିକାବାଲି ପଞ୍ଚାୟତ ସମିତିରେ ସାମିଲ କରିବା ପାଇଁ ପ୍ରେମାନନ୍ଦ ମାଝୀ ଦାବୀ କରିଛନ୍ତି l

Leave a comment

Your email address will not be published. Required fields are marked *