#Uncategorized

କେନ୍ଦ୍ର ସରକାରଙ୍କ ସହ ବିଫଳ ହେଉଛି ବୈଠକ: କଠୋର ହେଉଛନ୍ତି ଚାଷୀ ସଂଗଠନ

ଦିନକୁ ଦିନ ଉଗ୍ର ହେଉଛି ଚାଷୀ ଆନ୍ଦୋଳନ । ସରକାର କୃଷି ଆଇନ ଫେରାଇ ନେବା ପର୍ଯ୍ୟନ୍ତ ଘରକୁ ଫେରିବାର ପ୍ରଶ୍ନ ଉଠୁନି ବୋଲି ଚାଷୀନେତା କହିଛନ୍ତି । ସେପଟେ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି, ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଆଇନ ଉପରେ ଆଲୋଚନା କରିବା ଆବଶ୍ୟକ। ସେପଟେ ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି କେନ୍ଦ୍ରର ପିଟିସନ ଉପରେ ସୁପ୍ରିମକୋର୍ଟ ଆସନ୍ତାକାଲି ଶୁଣାଣି କରିବେ । ସେପଟେ ଦିଲ୍ଲୀ ମଧ୍ୟରେ ଗଣତନ୍ତ୍ର ଦିବସର ପରେଡ କରିବା ପାଇଁ ଘୋଷଣା କରିଛନ୍ତି ଚାଷୀ ସଂଗଠନ ।

କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୫୩ ଦିନ ଧରି ଚାଲିଛି ଚାଷୀ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ସହ ବାରମ୍ବାର ବୈଠକ ବିଫଳ ହେଉଛି । ଏହା ମଧ୍ୟରେ ଆହୁରି କଠୋର ହୋଇଛନ୍ତି ଚାଷୀ ସଙ୍ଗଠନ । ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତ କହିଛନ୍ତି, କ-ଷି ଆଇନ ପ୍ରତ୍ୟାହାର ନ ହେଲେ ଘରକୁ ଯିବାର ପ୍ରଶ୍ନ ଉଠୁନି । ଚାଷୀକୁଳକୁ ଧ୍ବଂସ କରିବା ପାଇଁ ନୂଆ କୃଷି ଆଇନ ଆସିଛି । ସରକାରଙ୍କ ଆନ୍ତରିକତାର ଅଭାବରୁ ଏହି ଆନ୍ଦୋଳନ ଜାରି ରହିଛି ଓ ଜାରି ରହିବ ବୋଲି ଚାଷୀ ନେତା ଚେତାବନୀ ଦେଇଛନ୍ତି ।

ସେପଟେ ସରକାର ମଧ୍ୟ ନିଜ ଜିଦରେ ଅଟଳ । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ବହୁତ ଚାଷୀ କୃଷି ଆଇନକୁ ସମର୍ଥନ କରୁଛନ୍ତି । ଚାଷୀ ସଙ୍ଗଠନ କେବଳ ଆଇନକୁ ନିରସ୍ତ୍ର କରିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଆଇନ ପ୍ରତ୍ୟାହାର ହେବ ନାହିଁ, ଏହାର ବିଭିନ୍ନ ବିନ୍ଦୁ ଉପରେ ବିଚାର କରାଯାଉବୋଲି କହିଛନ୍ତି ତୋମାର । ସେହିଭଳି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, କୃଷି ଆଇନ ଚାଷୀଙ୍କ ହିତ ପାଇଁ ଆସିଛି । ଏହା ଦ୍ବାରା ଚାଷଙ୍କ ଆୟ ଦ୍ବିଗୁଣିତ ହେବ ।

ସେପଟେ ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ଡାକରା ନେଇ ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟର ୩ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି କରିବାକୁ ଚାଷୀ ସଂଗଠନ ନିଷ୍ପତ୍ତି ନେଇଛି । ଚାଷୀଙ୍କ ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି କେନ୍ଦ୍ର ସରକାର । ସେପଟେ ଆସନ୍ତା ୧୯ ତାରିଖରେ ପୁଣିଥରେ ଚାଷୀ ଓ ସରକାରଙ୍କ ମଧ୍ୟରେ ହେବ ଆଲୋଚନା ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *