#Uncategorized

*ଗଞ୍ଜାମ ଜିଲାରେ ଜାଲ ଶିକ୍ଷକ ଧରପଗଡ଼ ପାଇଁ ସାର୍ଟିଫିକେଟ ଯାଞ୍ଚ ଚାଲିଛି। ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା ସମସ୍ତ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଶିକ୍ଷକମାନଙ୍କ ତାଲିକା ପ୍ରସ୍ତୁତ କରି ଯାଞ୍ଚ ପାଇଁ ସାର୍ଟିଫିକେଟ୍‌ ମଗାଉଛନ୍ତିିା ଏହି କ୍ରମରେ ପୋଲସରା ବ୍ଲକର ୬ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ଲାଗି ଜିଲା ଶିକ୍ଷାଧିକାରୀ ପଣ୍ଡା ବ୍ଲକ ଶିକ୍ଷାଧିକାରୀ ତ୍ରିଲୋଚନ ତ୍ରିପାଠୀଙ୍କୁ ମାଗିଛନ୍ତିି ା ସେମାନଙ୍କ ମଧ୍ୟରେ ଚିରିକିପଡା ଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨, କସିପଡା ପ୍ରାଥମିକ ବିଦ୍ୟାଳୟର ଜଣେ, ଏମ୍‌.କୁଶପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଜଣେ ବାଲିଛାଇ ତପସ୍ବୀ ଉଚ୍ଚ ବିଦ୍ୟାଳୟର ଜଣେ, ବାଲିଛାଇ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଥିବା ଜଣାପଡ଼ିଛି। ପୋଲସରା ଅଞ୍ଚଳରେ ଜାଲ ଶିକ୍ଷକଙ୍କ ଭଳି ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ମଧ୍ୟ ବହୁ ଜାଲ୍‌ କର୍ମୀ ନିଯୁକ୍ତି ପାଇଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଆବଶ୍ୟକ ବୋଲି ସଚେତନ ନାଗରିକମାନଙ୍କ ପକ୍ଷରୁ ଦାବି ହୋଇଛି।*

Leave a comment

Your email address will not be published. Required fields are marked *